ବିମାନ ଡେଣାରେ ଦୋଳି ବାନ୍ଧି ଖୁବ ଖୁସିରେ ଝୁଲୁଛନ୍ତି ତାଲିବାନୀ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରି ନେବା ପରେ ଅନେକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ତାଲିବାନୀମାନେ ମଜା କରୁଥିବା ଦେଖିବାକୁ ମିଳିଛି। କେଉଁଠାରେ ତାଲିବାନ କାର୍ଯ୍ୟାଳୟରେ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା ତ କେଉଁଠି ହସମଜା କରୁଥିଲେ। ଏମିତି ଏକ ଭିଡିଓ ପୁଣି ସାମ୍ନାକୁ ଆସିଛି। ଯେଉଁଥିରେ ତାଲିବାନୀମାନେ ବିମାନବନ୍ଦରରେ ଛିଡ଼ା ହୋଇଥିବା ବିମାନ ଡେଣାରେ ଦୋଳି ଖୋଳୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

ଆମେରିକା ସେନା ଆଫଗାନିସ୍ତାନରୁ ଚାଲିଯିବା ପରେ ତାଲିବାନ ପୂର୍ଣ୍ଣ ସ୍ବତନ୍ତ୍ରତା ଘୋଷଣା କରିଥିଲା। ଏହାପରଠାରୁ ସେଠାରେ ନୂଆ ସରକାର ଗଠନ ହେବା ନେଇ ଚର୍ଚ୍ଚା ହେବାକୁ ଲାଗିଛି। ଏପଟେ ତାଲିବାନୀମାନେ ଖୁବ ମଜାମସ୍ତି କରୁଥିବା ଦେଖିବାକୁ ମିଳୁଛି। ତେବେ ତାଲିବାନୀମାନେ ବିମାନ ଡେଣାରେ ଝୁଲା ବାନ୍ଧି ଝୁଲୁଥିବା ଦେଖିବାକୁ ମିଳୁଛି। ଏହି ଘଟଣାର ଭିଡିଓକୁ ଚାଇନାର ଜଣେ ଅଧିକାରୀ ସେୟାର କରିଛନ୍ତି।

 

 

ସମ୍ବନ୍ଧିତ ଖବର