ଆଡିସ୍‌ ଆବାଡା (ଇଥିଓପିଆ): ଏସିଆ ମହାଦେଶରେ ଆତ୍ମଘୋଷିତ ‘ସୁପରପାଓ୍ଵାର’ ଚୀନ୍‌ ଯେ କେବଳ ଏକ ଠକ, ଧୂର୍ତ୍ତ ଏବଂ ଅବିଶ୍ୱାସୀ ରାଷ୍ଟ୍ର ତା’ ନୁହେଁ; ବରଂ ଯେ ଏକ ଚୋର ରାଷ୍ଟ୍ର ତାହା ଏବେ ପ୍ରମାଣିତ ହୋଇଯାଇଛି। ଏକ ଚୋର ରାଷ୍ଟ୍ର ବୋଲି ଜାଣିବା ପରେ ଆଫ୍ରିକୀୟ ସଂଘ (ଆଫ୍ରିକାନ୍‌ ୟୁନିୟନ୍‌) ଚୀନ୍‌ ସହ ତା’ର ସମସ୍ତ ସଂପର୍କକୁ ଛିନ୍ନ କରିଛି।

Advertisment

ଆଫ୍ରିକୀୟ ସଂଘର ମୁଖ୍ୟ କାର୍ଯ୍ୟାଳୟରେ ଥିବା ସମସ୍ତ କମ୍ପ୍ୟୁଟରରୁ ସବୁ ଡାଟା (ଗୁପ୍ତତଥ୍ୟ)କୁ ଚୀନ୍‌ ପ୍ରତ୍ୟେକ ଦିନ ରାତିରେ ଚୋରି କରିବା ସହ ସେ ସମସ୍ତ ଡାଟାକୁ ନେଇ ସଂଘାଇରେ ଥିବା ନିଜର ସର୍ଭରରେ ଷ୍ଟୋର କରି ରଖୁଥିଲା। ଚୀନ୍‌ର ଏ କାରନାମାର ଏବେ ପର୍ଦ୍ଦାଫାସ୍‌ କରିଛି ଫ୍ରାନ୍ସର ଏକ ସମ୍ବାଦପତ୍ର ‘ଲି ମନଡି’!

publive-image adventist.org.za

ପ୍ରକାଶିତ ଖବର ଅନୁଯାୟୀ, ଆଡିସ୍‌ ଆବାଡା ଠାରେ ଥିବା ଆଫ୍ରିକୀୟ ସଂଘର ମୁଖ୍ୟକାର୍ଯ୍ୟାଳୟରେ ଲାଗିଥିବା କମ୍ପ୍ୟୁଟରଗୁଡ଼ିକରୁ ଚୀନ୍‌ ପ୍ରତ୍ୟେକ ଦିନ ରାତିରେ ଡାଟା (ଗୁପ୍ତତଥ୍ୟ) ଚୋରି କରିବା ସହ ସେଠାରେ ଗୁଇନ୍ଦାଗିରି ଚଳାଇଥିଲା। ଚୀନ୍‌ର ଏହି ଚୋରି ଓ ଗୁଇନ୍ଦାଗିରି ସଂପର୍କରେ ଗତ ଜାନୁଆରି ମାସରେ ଜଣା ପଡ଼ିଥିଲା। ଆଫ୍ରିକୀୟ ସଂଘ ମୁଖ୍ୟକାର୍ଯ୍ୟାଳୟର କିଛି ଅଧିକାରୀ କ୍ରମାଗତ ଭାବେ ଲକ୍ଷ୍ୟକଲେ ଯେ ପ୍ରତ୍ୟେକ ଦିନ ମଧ୍ୟରାତ୍ର ପରେ ବିଳମ୍ବିତ ରାତ୍ର ପ୍ରାୟ ୨ଟା ପର୍ଯ୍ୟନ୍ତ ସଂଘ କାର୍ଯ୍ୟାଳୟର ଇଣ୍ଟରନେଟ୍‌ ନେଟ୍‌ଓ୍ଵାର୍କ ପୂରା ପ୍ୟାକ୍‌ ଓ ଜାମ୍‌ ହୋଇଯାଉଛି। ତେବେ, କାର୍ଯ୍ୟାଳୟ ବନ୍ଦ ଥିବା ଏବଂ କାର୍ଯ୍ୟାଳୟରେ କୌଣସି କର୍ମଚାରୀ ନଥିବା ବେଳେ କାର୍ଯ୍ୟାଳୟର ଇଣ୍ଟରନେଟ୍‌ ନେଟ୍‌ଓ୍ଵାର୍କ ପୂରା ପ୍ୟାକ୍‌ ଓ ଜାମ୍‌ କିପରି ହେଉଛି? ସେଥିନେଇ ସେମାନଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଏହାପରେ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରାଯାଇ ଜଣା ପଡ଼ିଥିଲା ଯେ ଚୀନ୍‌ ପ୍ରତ୍ୟେକ ଦିନ ରାତି ୧୨ଟାରୁ ୨ଟା ମଧ୍ୟରେ ସଂଘ କାର୍ଯ୍ୟାଳୟ କମ୍ପ୍ୟୁଟରରୁ ଗୁପ୍ତତଥ୍ୟ ଚୋରି କରିବା ସହ ସେସବୁକୁ ନେଇ ସାଂଘାଇରେ ଥିବା ସର୍ଭରରେ ଷ୍ଟୋର କରି ରଖୁଛି ଏବଂ ସଂଘ କାର୍ଯ୍ୟାଳୟରେ ଗୁଇନ୍ଦାଗିରି ଚଳାଇଛି। ଏ ପ୍ରକାରର ଗୁପ୍ତତଥ୍ୟ ଚୋରି ଓ ଗୁଇନ୍ଦାଗିରି ଚୀନ୍‌ ଗତ ୨୦୧୨ରୁ ଚଳାଇ ଆସୁଥିବା ଏବେ ଜାଣିବାକୁ ମିଳିଛି।

ତେବେ, ବିଡ଼ମ୍ବନାର ବିଷୟ ହେଲା ଆଫ୍ରିକୀୟ ସଂଘର ଏହି ମୁଖ୍ୟ କାର୍ଯ୍ୟାଳୟକୁ ୨୦୦ ମିଲିୟନ ଡଲାର ବିନିମୟରେ ଇଥିଓପିଆର ଆଡିସ୍‌ ଆବାଡାଠାରେ ଚୀନ୍‌ ନିର୍ମାଣ କରିବା ସହ କାର୍ଯ୍ୟାଳୟ ପାଇଁ କମ୍ପ୍ୟୁଟର, ନେଟ୍‌ଓ୍ଵାର୍କ ଓ ଅନ୍ୟ ସମସ୍ତ ଆନୁସଙ୍ଗିକ ଉପକରଣ ଯୋଗାଇ ଦେଇଥିଲା। ଆଫ୍ରିକୀୟ ସଂଘର ଏହି ମୁଖ୍ୟ କାର୍ଯ୍ୟାଳୟକୁ ଚୀନ୍‌ କହୁଥିଲା; ‘ଆଫ୍ରିକାର ବନ୍ଧୁମାନଙ୍କୁ ଚୀନ୍‌ର ଉପହାର’ (ଚାଇନାସ୍‌ ଗିଫ୍ଟ ଟୁ ଫ୍ରେଣ୍ଡସ୍‌ ଅଫ୍‌ ଆଫ୍ରିକା)। ୨୦୧୨ ଜାନୁଆରିରେ ଏହି ବିଲ୍‌ଡିଂର ଉଦ୍‌ଘାଟନ ହେବା ପରେ ସେଠାରେ ଆଫ୍ରିକୀୟ ସଂଘର ମୁଖ୍ୟ କାର୍ଯ୍ୟାଳୟ ଖୋଲିଥିଲା, ଏବଂ ସେବେଠାରୁ ବନ୍ଧୁ ନାମରେ ଶତ୍ରୁ ସାଜି ଚୀନ୍‌ ସେଠାରେ ଗୁଇନ୍ଦାଗିରି ସହ ଚୋରି ଚଳାଇଥିଲା।

publive-imagehttp://www.aljazeera.com

ଚୀନ୍‌ର ଚୋରି ଓ ଗୁଇନ୍ଦାଗିରିର ପର୍ଦ୍ଦାଫାସ୍‌ ହେବାପରେ ଏବେ ସମସ୍ତ ଚୀନାମାନଙ୍କୁ ଆଫ୍ରିକୀୟ ସଂଘ କାର୍ଯ୍ୟାଳୟ ମଧ୍ୟରୁ ତଡ଼ି ଯିଆଯିବା ସହ ସେମାନଙ୍କ କମ୍ପୁଟର ଓ ନେଟ୍‌ଓ୍ଵାର୍କକୁ ବଦଳାଇ ସେସବୁ ସ୍ଥାନରେ ନୂଆ ଏବଂ ସୁରକ୍ଷିତ କମ୍ପ୍ୟୁଟର ଲଗାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ମୁଖ୍ୟ କାର୍ଯ୍ୟାଳୟର ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଆଲ୍‌ଜେରିଆର ସହାୟତା ଲୋଡ଼ା ଯାଇଛି।

ହେଲେ ଚୋର ମୁହଁ ଟାଣ ନ୍ୟାୟରେ ଚୀନ୍‌ କେବଳ ଉପରଠାଉରିଆ ଭାବେ ଏହାକୁ ଅସ୍ୱୀକାର କରିବା ସହ ଏ ସଂପର୍କରେ ପଦୁଟିଏ ହେଲେ ଅନ୍ୟ କିଛି କହିନାହିଁ। ତେବେ ଚୀନ୍‌ର ଏ ପ୍ରକାରର ଚୋରି ଓ ଗୁଇନ୍ଦାଗିରି ଯେ ତା’ର ବୈଦେଶିକ ସଂପର୍କକୁ ସମସ୍ତ ଆଫ୍ରିକୀୟ ରାଷ୍ଟ୍ରମାନଙ୍କ ସହ ତିକ୍ତ କରିବ, ସେଥିରେ ସନ୍ଦେହ ନାହିଁ।