ଆଫ୍ରିଦି ପୁଣି ସୀମା ଲଂଘିଲେ

ଲାହୋର : ଭାରତ ବିରୋଧୀ ମନ୍ତବ୍ୟ ଦେଇ ଚର୍ଚାରେ ରହିବାକୁ ଭଲ ପାଉଥିବା ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି ପୁଣି ଥରେ ସୀମା ଲଘଂନ କରିଛନ୍ତି। ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ରାଜନୈତିକ ଭାଷଣ ଦେଇ ସେମାନଙ୍କୁ ଭାରତ ବିରୋଧରେ ଲଢ଼ିବାକୁ ପ୍ରବର୍ତ୍ତାଇଛନ୍ତି ‌ସେ।

ବୁଧବାର ଏକ ସଭାରେ ଯୋଗଦେବା ଅବସରରେ ଆଫ୍ରିଦି କହିଥିଲେ ଯେ ଭାରତ ଅଧିକୃତ କାଶ୍ମୀରରେ ଭାରତ ସରକାର ଦମନଲୀଳା ଚଳାଇଛନ୍ତି। ସେମାନେ ସବୁ ସୀମା ଟପି ଯାଇଛନ୍ତି। ଆମେ ଏହା ବିରୋଧରେ ସ୍ବର ଉତ୍ତୋଳନ କରିବା ଉଚିତ। ବିଶ୍ବର ଯେ କୌଣସି କୋଣରେ ଯଦି ଅନ୍ୟାୟ ହେଉଛି ଆମେ ଏହାର ବିରୋଧ କରିବା ଦରକାର। ଦିନେ ନା ଦିନେ ଏମିତି ସମୟ ଆସିବ ‌ଯେତେବେଳେ କାଶ୍ମୀର ସ୍ବାଧୀନତା ପାଇବ। କାଶ୍ମୀରବାସୀଙ୍କ ଅଧିକାର ପାଇଁ ଶାସକମାନେ ବାରମ୍ବାର ସ୍ବର ଉତ୍ତୋଳନ ଜାରି ରଖିବା ଉଚିତ। ସେ ମଧ୍ୟ ପିଓକେରେ ଏକ କ୍ରିକେଟ୍ ଏକାଡେମି ଖୋଲିବାକୁ ଆଗ୍ରହୀ ଥିବା ଏହି ଅବସରରେ କହିଥିଲେ। ପିଓକେରେ କେପିଏଲ୍ ନାମରେ ଏକ ଟ୍ବେଣ୍ଟି-୨୦ ଲିଗ୍ ଆରମ୍ଭ ହେବାକୁ ଯାଉଥିଲା ବେଳେ ଆଫ୍ରିଦି ଏହାକୁ ଦୃଢ଼ ସମର୍ଥନ କରିବାକୁ ବି ପ୍ରତିଶ୍ରୁତି ‌ଦେଇଥିଲେ।

ସମ୍ବନ୍ଧିତ ଖବର