ନୂଆଦିଲ୍ଲୀ: ସୋମବାର ୧୮ ତମ ଲୋକସଭାରେ ସଂସଦର ସଦସ୍ୟ ଭାବରେ ଅନେକ ସାଂସଦ ଶପଥ ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀ ଲୋକସଭା ଆସନରୁ ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀ ସ୍ୱରାଜଙ୍କ ଶପଥ ନେଇ ଚର୍ଚ୍ଚା ହେଉଛି। ତାଙ୍କ ମା’ଙ୍କ ପରି ସେ ସଂସ୍କୃତ ଭାଷାରେ ଶପଥ ନେଇଥିଲେ।
ଏହାପୂର୍ବରୁ ଯେତେବେଳେ ସୁଷମା ସ୍ୱରାଜ ୨୦୧୪ରେ ବିଦିଶା ଲୋକସଭା ଆସନରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ, ସେତେବେଳେ ସେ ସଂସ୍କୃତରେ ସାଂସଦ ଭାବରେ ମଧ୍ୟ ଶପଥ ଗ୍ରହଣ କରିଥିଲେ। ୨୦୨୪ରେ ଏବେ ୧୦ ବର୍ଷ ପରେ ୧୮ତମ ଲୋକସଭାରେ ବାଂସୁରୀ ମା’ଙ୍କ ସ୍ମୃତି ଲୋକସଭାକୁ ଫେରାଇ ଆଣିଛନ୍ତି।
ବାଂସୁରୀ ସ୍ୱରାଜଙ୍କ ଶପଥ ଗ୍ରହଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବାଂସୁରୀଙ୍କ ଭିଡିଓ ତାଙ୍କ ମା ସୁଷମା ସ୍ୱରାଜଙ୍କ ପୁରୁଣା ଭିଡିଓ ସହିତ ସେୟାର କରାଯାଉଛି। ଲୋକସଭା ନିର୍ବାଚନରେ ଜିତିବା ପରେ ବାଂସୁରୀ ସ୍ୱରାଜ ପ୍ରଥମ ଥର ପାଇଁ ସଂସଦରେ ପହଞ୍ଚିଛନ୍ତି। ସେ ନୂଆଦିଲ୍ଲୀ ନିର୍ବାଚନମଣ୍ଡଳୀରୁ ପ୍ରଥମ ଲୋକସଭା ନିର୍ବାଚନରେ ଜିତିଥିଲେ। ସେ ଆମ୍ ଆଦମୀ ପାର୍ଟିର ସୋମନାଥ ଭାରତୀଙ୍କୁ ୭୮,୩୭୦ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ।
Like Mother, Like Daughter..
— Ganesh (@me_ganesh14) June 24, 2024
2014 Sushma Swaraj ji takes oath as Bharatiya Janata Party MP in Sanskrit
2024 Bansuri Swaraj takes oath as Bharatiya Janata Party MP in Sanskrit
Tradition continues..#ParliamentSession@BansuriSwaraj@SushmaSwarajpic.twitter.com/dXbqfmMiOu
ଶପଥ ଗ୍ରହଣର ଭିଡିଓ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରି ବାଂସୁରୀ ସ୍ୱରାଜ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦକ୍ଷ ନେତୃତ୍ୱରେ ଆମେ ସମସ୍ତେ ଏକ ବିକଶିତ, ସମୃଦ୍ଧ ତଥା ଆତ୍ମନିର୍ଭରଶୀଳ ଭାରତର ସଂକଳ୍ପ ପୂରଣ କରିବାକୁ ପ୍ରତିବଦ୍ଧ।
ସୋମବାର ଯେତେବେଳେ ଲୋକସଭାର ନବ ନିର୍ବାଚିତ ସଦସ୍ୟମାନେ ଶପଥ ଗ୍ରହଣ କଲେ, ସେତେବେଳେ ଭାରତର ଭାଷା ବିବିଧତାର ଝଲକ ଦେଖିବାକୁ ମିଳିଥିଲା। ଅଧିକାଂଶ ସଦସ୍ୟ ହିନ୍ଦୀରେ ଶପଥ ଗ୍ରହଣ କରିଥିବାବେଳେ ଅନେକ ସଦସ୍ୟ ସଂସ୍କୃତ, ଆସାମ, ମୈଥିଲି, ତେଲୁଗୁ ,ପଞ୍ଜାବୀ ଏବଂ ଅନ୍ୟାନ୍ୟ ଭାରତୀୟ ଭାଷାରେ ସତ୍ୟ ଏବଂ ବିଶ୍ୱାସର ଶପଥ ନେଇଥିଲେ।
नई दिल्ली लोकसभा क्षेत्र के प्रतिनिधि के रूप में आज 18वीं लोकसभा के संसद सदस्य के रूप में शपथ ग्रहण करने का गौरव प्राप्त हुआ।
— Bansuri Swaraj (@BansuriSwaraj) June 24, 2024
यशस्वी प्रधानमंत्री श्री @narendramodi जी के प्रतिभाशाली नेतृत्व में हम सब विकसित, समृद्ध और आत्मनिर्भर भारत के संकल्प को पूर्ण करने के लिए प्रतिबद्ध… pic.twitter.com/YiPWWsq9Sn
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ୧୮ ତମ ଲୋକସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ ଗୃହର ସଦସ୍ୟ ଭାବରେ ଶପଥ ଗ୍ରହଣ କରିଥିଲେ ଏବଂ ସେ ହିନ୍ଦୀରେ ଶପଥ ଗ୍ରହଣ କରିଥିଲେ। ସେ ଶପଥ ଗ୍ରହଣ କରିବା ପରେ ଶାସକ ଦଳର ଅନେକ ସଦସ୍ୟ ଜୟ ଶ୍ରୀରାମ ସ୍ଲୋଗାନ ଦେଇଥିଲେ। ବାଂସୁରୀ ସ୍ୱରାଜଙ୍କ ବ୍ୟତୀତ ଟିଡିପିର କୃଷ୍ଣ ପ୍ରସାଦ ଟେନେଟ୍ଟି ଏବଂ ବିଜେପିର ଚିନ୍ତାମଣି ମହାରାଜ ମଧ୍ୟ ସଂସ୍କୃତରେ ଶପଥ ନେଇଥିଲେ।