ଲଣ୍ଡନ: ଇଣ୍ଡିଆନ୍ ୱେଲ୍ସରେ ଅନୁପସ୍ଥିତ ରହିବା ସ୍ପେନ୍ ଟେନିସ ତାରକା ତଥା ୨୨ ଗ୍ରାଣ୍ଡ ସ୍ଲାମ୍ ବିଜେତା ରାଫେଲ ନାଦାଲଙ୍କ ମାନ୍ୟତାରେ ବଡ଼ ଅବନତି ଆଣିଛି। ୨୦୦୫ ଅଥବା ୧୮ ବର୍ଷ ପରେ ନାଦାଲ ପ୍ରଥମ ଥର ଲାଗି ଶୀର୍ଷ ୧୦ରୁ ହଟିଛନ୍ତି। ଇଣ୍ଡିଆନ୍ ୱେଲ୍ସ ପରେ ତାଙ୍କ ପଏଣ୍ଟ୍ ୬୦୦ କମିଛି। ଫଳରେ ୯୧୨ ସପ୍ତାହ ଧରି ଶୀର୍ଷ ୧୦ରେ ରହିଥିବା ନାଦାଲ୍ ସଦ୍ୟ ପ୍ରକଶିତ ମାନ୍ୟତାରେ ୪ ସ୍ଥାନ ଖସି ୧୩ରେ ପହଞ୍ଚିଛନ୍ତି। ସ୍ପେନ୍ର କାର୍ଲୋସ ଅଲ୍କାରାଜ ଶୀର୍ଷରେ ରହିଥିଲା ବେଳେ ସର୍ବିୟାର ନୋଭାକ ଜୋକୋଭିକ ଗୋଟିଏ ସ୍ଥାନ ଖସି ଦ୍ବିତୀୟ, ଗ୍ରିସ୍ର ଷ୍ଟିଫାନୋସ ସିସିପାସ ତୃତୀୟ, ନରୱେର କାସପର ରୁଡ ଚତୁର୍ଥ ଏବଂ ରୁଷିଆର ଡାନିଲ ମେଦଭେଦେଭ ପଞ୍ଚମରେ ରହିଛନ୍ତି।
୧୮ ବର୍ଷ ପରେ ଶୀର୍ଷ-୧୦ରୁ ହଟିଲେ ନାଦାଲ
/sambad/media/post_attachments/wp-content/uploads/2018/04/11-nadal_.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)