୧୯ ଦିନ ପରେ ବେଦିରେ ବସିଥାନ୍ତେ

ଡେରାଡ଼ୁନ୍‌ : ଆସନ୍ତା ୭ ତାରିଖରେ ବିବାହ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଥିଲା। ସାରା ପରିବାର ଏବଂ ବନ୍ଧୁବାନ୍ଧବ ଅପେକ୍ଷା କରି ରହିଥିଲେ ସେହି ଶୁଭ ମୁହୂର୍ତ୍ତରେ ସାମିଲ ହେବାକୁ। ଲମ୍ବା ଛୁଟି ନେଇ ସେତେବେଳେ ଘରକୁ ଆସିବେ ବୋଲି ଯୋଜନା ବି କରିଥିଲେ। ମାତ୍ର ମେଜର ଚିତ୍ରେଶ ସିଂହ ବିଷ୍ଟଙ୍କ ଜୀବନରେ ସେହି ସୌଭାଗ୍ୟ ଆସିଲାନି। ପୁଲ୍‌ୱାମା ଆତ୍ମଘାତୀ ଆକ୍ରମଣର ଠିକ୍‌ ୨ ଦିନ ପରେ ଗତ ଶନିବାର କଶ୍ମୀରର ନୌସେରା ‌ସେକ୍ଟରରେ ଏକ ଆଇଇଡି ବିସ୍ଫୋରଣରେ ୩୧ ବର୍ଷୀୟ ମେଜର ବିଷ୍ଟ ସହିଦ ହୋଇଥିଲେ। ଆଜି ଉତ୍ତରାଖଣ୍ଡର ହରିଦ୍ବାର ଅଞ୍ଚଳରେ ଜନ୍ମିତ ସହିଦ ମେଜରଙ୍କ ମରଶରୀର ତାଙ୍କ ଗାଁରେ ପହଞ୍ଚିବା ପରେ ହଜାର ହଜାର ଶୋକାକୁଳ ଅଞ୍ଚଳବାସୀଙ୍କ ଗହଣରେ ଆତ୍ମୀୟ ସ୍ବଜନଙ୍କ ବୁକୁଫଟା କ୍ରନ୍ଦନ ପରିବେଶକୁ ସ୍ତବ୍ଧ କରିଦେଇଥିଲା।

ସମ୍ବନ୍ଧିତ ଖବର