ହାଇଦ୍ରାବାଦ୍: ତେଲେଙ୍ଗାନାରେ ସିଦ୍ଦିପେଟ୍ ଜିଲ୍ଲାରେ ଏକ ଦୈନିକ ଖବରକାଗଜ ପାଇଁ କାର୍ଯ୍ୟ କରୁଥିବା ଜଣେ ସାମ୍ବାଦିକ ଋଣଭାର ସହିନପାରି ନିଜେ ଆତ୍ମହତ୍ୟା କରିବା ସହ ତାଙ୍କ ୨ ଝିଅକୁ ମଧ୍ୟ ବିଷ ଦେଇ ମାରି ଦେଇଛନ୍ତି। ସାମ୍ବାଦିକ କେ ହନୁମନ୍ତ ରାଓ (୨୯) ଋଣଗ୍ରସ୍ତ ହେବା ସହ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ। ଋଣଭାର ସହିନପାରି ସେ ଆଜି ରସି ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି। ତେବେ ଆତ୍ମହତ୍ୟା କରିବା ପୂର୍ବରୁ ରାଓ ତାଙ୍କ ଦୁଇ ଝିଅ ଏବଂ ପତ୍ନୀଙ୍କୁ ମଧ୍ୟ କୀଟନାଶକ ଖୁଆଇ ଦେଇଥିଲେ। ଏଥିରେ ଦୁଇ ଝିଅଙ୍କର ମୃତ୍ୟୁ ଯାଇଥିବାବେଳେ ତାଙ୍କ ପତ୍ନୀ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।
ଅଲକାଏଦା, ଆଇଏସ୍ ନିଷିଦ୍ଧ
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର