ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍ ଗଣନା ଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଧାରାରେ କଂଗ୍ରେସ ଦଳର ଆସନ ବୃଦ୍ଧି ପାଇଛି। କଂଗ୍ରେସ ଦଳ ଅନେକ ରାଜ୍ୟରେ ସଫଳତା ହାସଲ କରୁଥିବା ଜଣାପଡିଛି। ୨୦୧୪ ଏବଂ ୨୦୧୯ ନିର୍ବାଚନରେ ​​ବଡ ପରାଜୟ ପରେ ପ୍ରଥମଥର ପାଇଁ କଂଗ୍ରେସ ଦଳର ଆସନ ପ୍ରାୟ ୧୦୦ ପାଖାପାଖି ପହଞ୍ଚୁଥିବା ଜଣାପଡିଛି।

Advertisment

୨୦୧୪ ଲୋକସଭା ନିର୍ବାଚନରେ ​​କଂଗ୍ରେସ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ୨୦୧୪ ନିର୍ବାଚନରେ ​​ମୋଦୀଙ୍କ ସମୟରେ କଂଗ୍ରେସ ଦଳକୁ ବଡ଼ ଝଟକା ଲାଗିଥିଲା।  ଏହି ନିର୍ବାଚନରେ ​​କଂଗ୍ରେସ ଦଳର ୧୬୨ଟି ଟି ଆସନ ହ୍ରାସ ପାଇଥିଲା। ଏହା ବ୍ୟତୀତ ଏହି ନିର୍ବାଚନରେ ​​ଭୋଟ୍ ଅଂଶ ପ୍ରାୟ ୯.୩ ପ୍ରତିଶତ କମି ଯାଇଥିଲା ।

ସେହିପରି ୨୦୨୯ ଲୋକସଭା ନିର୍ବାଚନରେ ​​ବିଜେପି ପୁଣି ଥରେ ଏକ ବଡ଼ ବିଜୟ ହାସଲ କରିଥିଲା। ଗୁଜୁରାଟ, ବିହାର, ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣାରେ ଭାରତୀୟ ଜନତା ପାର୍ଟି ଚମତ୍କାର ପ୍ରଦର୍ଶନ କରିଥିଲା। ଏହି କ୍ରମରେ ଦେଖିବାକୁ ଗଲେ ଉତ୍ତରପ୍ରଦେଶରେ ବିଜେପି କିଛି ଆସନ ହରାଇଥିଲା।

୨୦୨୪  ଅର୍ଥାତ ଚଳିତ ନିର୍ବାଚନରେ ୭ଟି ପର୍ଯ୍ୟାୟରେ ଭୋଟିଂ ହୋଇଥିଲା। ଲୋକସଭା ନିର୍ବାଚନ ପରେ ପ୍ରାୟ ୧୨ରୁ ଅଧିକ ଏଜେନ୍ସି ଦ୍ୱାରା ଏକଜିଟ୍ ପୋଲ୍ ଅଣାଯାଇଥିଲା।  ଉକ୍ତ ଏଜେନ୍ସିମାନେ ଏନଡିଏ ମେଣ୍ଟର ବିଜୟ ଦାବି କରିଛନ୍ତି।