ରାମ ମନ୍ଦିର ନିର୍ମାଣ ପାଇଁ ମାନସିକ ରଖି ଦୀର୍ଘ ୨୮ ବର୍ଷ ଧରି ଉପବାସ କରିଥିଲେ ୮୨ ବର୍ଷୀୟା ବୃଦ୍ଧା ଉର୍ମିଳା ଚତୁର୍ବେଦୀ। ୧୯୯୨ ସାମ୍ପ୍ରଦାୟିକ ଦଙ୍ଗା ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନହେବା ପର୍ଯ୍ୟନ୍ତ ସେ ‌ଉପବାସ କରିବେ ବୋଲି ଶପଥ ନେଇଥିଲେ। ସେବେଠାରୁ ସେ କେବଳ ଫଳ, ଦହି ଏବଂ କ୍ଷୀର ଖାଇ ଉପବାସ ରଖିଛନ୍ତି। ଇତିମଧ୍ୟରେ ତାଙ୍କ ମାନସିକ ପୂରଣ ହେବାକୁ ଯାଉଛି। ତେଣୁ ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମ ଦିନ ପ୍ରଭୁ ଶ୍ରୀରାମଙ୍କ ପ୍ରସାଦ ସେବନ କରି‌ ସେ ତାଙ୍କ ଉପବାସ ଭାଙ୍ଗିବେ ବୋଲି କହିଛନ୍ତି। ଦୀର୍ଘ ୨୮ ବର୍ଷ ଧରି ସେ କେବଳ ରାମାୟଣ ପଢ଼ିବା ସହ ଉପବାସ ବ୍ରତ ରଖିଥିଲେ। ରିପୋର୍ଟ ଅନୁଯାୟୀ ତାଙ୍କର ଜଣେ ଆତ୍ମୀୟ ତାଙ୍କୁ ପୂର୍ବରୁ ଉପବାସ ଭାଙ୍ଗିବାପାଇଁ କହିଥିଲେ। କିନ୍ତୁ ସେ ଏଥିରେ ରାଜି ହୋଇନଥିଲେ।