୪ ଦିନର ୪୦ ଘଣ୍ଟା ଜେରା ପରେ ଆଜି ରାହୁଲଙ୍କୁ ପୁଣି ଜେରା କରିବ ଇଡି

ନୂଆଦିଲ୍ଳୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଗତ ୪ ଦନ ମଧ୍ୟରେ ୪୦ ଘଣ୍ଟା ଧରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜେରା କରିସାରିବା ପରେ ଆଜି ପୁଣି ଥରେ ତାଙ୍କୁ ଜେରା କରାଯିବ। ପଞ୍ଚମ ଦିନରେ ରାହୁଲଙ୍କୁ ନେସନାଲ ହେରାଲ୍ଡ ମାମଲାରେ ଇଡି ଜେରା କରି ତାଙ୍କ ଉତ୍ତର ରେକର୍ଡ କରିବ। ତାଙ୍କୁ ଚାରି ଥର ଜେରା କରାଯିବା ପରେ ପଞ୍ଚମ ଥର ପାଇଁ ହାଜର ହେବାରୁ ଇଡି ପକ୍ଷରୁ ସମନ୍‌ ଜାରି କରାଯାଇଥିଲା। ମଙ୍ଗଳବାର ଦିନ ଇଡି ଅଫିସ୍‌ରେ ପହଞ୍ଚି ଇଡିକୁ ଜେରାରେ ସହଯୋଗ କରିବାରୁ ରାହୁଲଙ୍କୁ ପୂର୍ବରୁ କୁହାଯାଇଛି। ରାହୁଲ ଗାନ୍ଧୀଙ୍କୁ ଗତ ୪ ଦିନ ମଧ୍ୟରେ ୪୦ ଘଣ୍ଟା ଜେରା କରାଯାଇଥିବା ବେଳେ କେବଳ ସୋମବାର ଦିନ ୧୨ ଘଣ୍ଟା ଜେରା କରାଯାଇଥିବା ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ରାହୁଲ ୫୨ ତମ ଜନ୍ମଦିନ ପାଳିବାର ଦିନକ ପରେ ଗତକାଲି ଏପିଜେ ଅବଦୁଲ କଲାମ ରୋଡ୍‌ ସ୍ଥିତ ଇଡି ମୁଖ୍ୟାଳୟରେ ସକାଳ ୧୧.୦୫ରେ ହାଜର ‌ହୋଇଥିଲେ। କିଛି ଘଣ୍ଟା ଜେରା ପରେ ରାହୁଲ ବିରତି ନେଇଥିଲେ ଏବଂ ପୁଣିଥରେ ଅପରାହ୍ନ ୪.୪୫‌ରେ ଜେରା ପାଇଁ ଯୋଗ ଦେଇଥିଲେ। ଜୁନ୍‌ ୧୩ରୁ ୧୫ ପର୍ଯ୍ୟନ୍ତ ୩ ଦିନ ଜେରା ପରେ ରାହୁଲଙ୍କୁ ୧୭ରେ ହାଜର ହେବା ପାଇଁ କୁହାଯାଇଥିଲା। କିନ୍ତୁ ରାହୁଲ ଏହ‌ାକୁ ୨୦ ପର୍ଯ୍ୟନ୍ତ ସ୍ଥଗିତ ରଖିବା ପାଇଁ କହିଥିଲେ। ଏହାପରେ ରାହୁଲଙ୍କୁ ସଦ୍ୟ ସମନ୍‌ ଜାରି କରି ସୋମବାର ହାଜର ହେବା ପାଇଁ କୁହାଯାଇଥିଲା। ତେବେ ୪ ଦିନ‌ରେ ରାହୁଲଙ୍କୁ ୪୦ ଘଣ୍ଟାରୁ ଅଧିକ ସମୟ ଜେରା କରାଯାଇଛି। ପିଏମ୍‌ଏଲ୍‌ଏ (ପ୍ରିଭେନସନ୍‌ ଅଫ ମନି ଲଣ୍ଡରିଂ ଆକ୍ଟ) ଅଧୀନରେ ତାଙ୍କ ବୟାନ ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର