ମୁମ୍ବାଇ: ଭାରତୀୟ ନାଗରିକ ହମିଦ୍ ନିହାଲ ଅନ୍ସାରି ପାକ୍ରୁ ଫେରିଛନ୍ତି। ପାକିସ୍ତାନରେ ଦୀର୍ଘ ୬ ବର୍ଷର ଜେଲ୍ ଜୀବନ ପରେ ଅନ୍ସାରି ଆଜି ୱାଘା-ଅଟ୍ଟାରି ସୀମା ଦେଇ ନିଜ ଘରକୁ ଫେରିଛନ୍ତି। ପାକିସ୍ତାନରେ ଜଣେ ମହିଳାଙ୍କୁ ଭେଟିବାପାଇଁ ନକଲି ପରିଚୟ ପତ୍ର ଧରି ଯାଇଥିବା ଏହି ମୁମ୍ବାଇ ଇଞ୍ଜିନିୟର ଅନ୍ସାରି ପାକ୍ ଗୁଇନ୍ଦା ଅଧିକାରୀଙ୍କ ହାତରେ ଧରା ପଡ଼ିଥିଲେ। ୨୦୧୨ ମସିହାରୁ ଅନ୍ସାରିଙ୍କୁ ପାକ୍ ଗୁଇନ୍ଦା ସଂସ୍ଥା ଅଟକ ରଖିଥିଲା। ତେବେ ୨୦୧୫ ଡିସେମ୍ବର ୧୫ରେ ପାକିସ୍ତାନ ସାମରିକ କୋର୍ଟ ତାଙ୍କୁ ୩ ବର୍ଷ ଜେଲ୍ଦଣ୍ଡାଦେଶ ଦେବାପରେ ସେ ପେଶୱାର କେନ୍ଦ୍ରୀୟ ଜେଲ୍ରେ ଥିଲେ। ଗତ ୧୫ ତାରିଖରୁ ହମିଦ ନିହାଲ୍ ଅନ୍ସାରିଙ୍କ ଜେଲ ମିଆଦ ଶେଷ ହୋଇଛି। ଆଜି ୱାଘା-ଅଟ୍ଟାରି ସୀମାରେ ପୁଅକୁ ସ୍ବାଗତ ଜଣାଇ ପାଛୋଟି ଆଣିବାପାଇଁ ଅନ୍ସାରିଙ୍କ ମା’ ଫୌଜିଆ, ବାପା ନେହାଲ୍ଙ୍କ ସମେତ ଅନ୍ୟ ରାଜନୈତିକ ବ୍ୟକ୍ତିତ୍ବମାନେ ଉପସ୍ଥିତ ଥିଲେ।
ଅନ୍ସାରି ୨୦୧୨ ମସିହାରେ ଚାକିରି ପାଇଁ କାବୁଲ୍ ଯାଇଥିଲେ। ସେଠାରେ ସୋସିଆଲ୍ ମିଡିଆରେ ଜଣେ ପାକିସ୍ତାନୀ ମହିଳାଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। ତେବେ ଉକ୍ତ ମହିଳାଙ୍କୁ ବଳପୂର୍ବକ ବିବାହରୁ ଅଟକାଇବା ପାଇଁ ସେ ଏକ ନକଲି ପରିଚୟ ପତ୍ର ଦ୍ବାରା ଖାଇବର ପଖତୁଙ୍ଖ୍ୱାରେ ପହଞ୍ଚିଥିବା ବେଳେ ସେ ପାକ୍ ଗୁଇନ୍ଦା ଅଧିକାରୀଙ୍କ ହାତରେ ଧରା ପଡ଼ିଥିଲେ।
୬ ବର୍ଷ ପରେ ପାକ୍ରୁ ଫେରିଲେ ଅନ୍ସାରି
/sambad/media/post_attachments/wp-content/uploads/2018/12/hamid-ansari-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)