ନୂଆଦିଲ୍ଲୀ: ଦୀର୍ଘ ୯୭ ଦିନ ପରେ ଦେଶରେ ୩୦୦ରୁ ଅଧିକ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ସକ୍ରିୟ ମାମଲା ୨,୬୮୬ ରହିଛି। ଗତ ୨୪ ଘଣ୍ଟାରେ ୩୩୪ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏହି ସମୟ ମଧ୍ୟରେ ଦେଶରେ ୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ୨ ଜଣ ଏବଂ କେରଳରେ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪.୪୬ କୋଟି ଏବଂ ଆରୋଗ୍ୟ ହାର ୯୮.୮୦ ପ୍ରତିଶତ। ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୪,୪୧,୫୪,୦୩୫ ଥିବା ବେଳେ ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି।
୯୭ ଦିନ ପରେ ଦେଶରେ ୩୦୦ରୁ ଅଧିକ ନୂଆ କୋଭିଡ୍ ସଂକ୍ରମଣ
/sambad/media/post_attachments/wp-content/uploads/2022/11/corona-long-island-press-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)