ନୂଆଦିଲ୍ଲୀ: ପଂଜାବରେ ଦୀର୍ଘ ଦିନ ଧରି ଆନ୍ଦୋଳନରେ ବସିଥିବା କୃଷକ ସଂଗଠନ ଆଜି ସେମାନଙ୍କ ଆନ୍ଦୋଳନରୁ ଓହରିବାପାଇଁ ନିଷ୍ପତ୍ତି ନେଇଛନ୍ତି ଏବଂ ପଂଜାବରେ ଟ୍ରେନ୍ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି। ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହେବନାହିଁ ବୋଲି ପଂଜାବ କୃଷକ ସଂଗଠନ ପକ୍ଷରୁ କୁହାଯାଇଛି। ତେବେ ସେମାନେ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ୧୫ ଦିନ ସମୟ ଦେଇଛନ୍ତି। ୧୫ ଦିନ ମଧ୍ୟରେ ଯଦି ସରକାର ବିବାଦୀୟ କୃଷି ଆଇନ ସଂକ୍ରାନ୍ତରେ କୌଣସି କଥାବାର୍ତ୍ତା ଆରମ୍ଭ ନକରନ୍ତି ତେବେ ପୁଣିଥରେ ଆନ୍ଦୋଳନ ହେବ ବୋଲି ପଂଜାବ କୃଷକ ସଂଗଠନ ପକ୍ଷରୁ ଚେତାଇ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଗତ ସଂସଦ ଅଧିବେଶନରେ ଗୃହୀତ ହୋଇଥିବା ୩ଟି କୃଷି ଆଇନକୁ ବିରୋଧ କରି ପଂଜାବର ବିଭିନ୍ନ କୃଷକ ସଂଗଠନ ଆନ୍ଦୋଳନ କରିଥିଲେ। ସେପ୍ଟେମ୍ବର ୨୪ରୁ ଆରମ୍ଭ ହୋଇଥିବା କୃଷକ ଆନ୍ଦୋଳନ ଯୋଗୁଁ ୩,୮୫୦ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପ୍ରାୟ ୨,୩୫୨ ଯାତ୍ରୀବାହି ଟ୍ରେନ୍ ବାତିଲ ହୋଇଛି। ଏଥିପାଇଁ ରେଳବାଇକୁ ୨,୨୨୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି।
ଦୀର୍ଘ ଦିନ ପରେ ଟ୍ରେନ୍ ଚଳାଚଳ ପାଇଁ ଅନୁମତି ଦେଲେ ପଂଜାବ କୃଷକ
/sambad/media/post_attachments/wp-content/uploads/2020/11/fghdh54h4sf98h7sf98h7fshsfhfhhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)