ଏୟାର ଷ୍ଟ୍ରାଇକ୍‌ ପରେ ଥରୁଛି ପାକିସ୍ତାନ, ଭାରତୀୟ ବାୟୁସେନା ବିଷୟରେ ଜାଣିବା ପାଇଁ ଗୁଗଲ୍‌ ସର୍ଚ୍ଚ କରୁଛନ୍ତି ପାକିସ୍ତାନବାସୀ

ନୂଆଦିଲ୍ଲୀ : ପୁଲାଓ୍ଵାମାରେ ଆତଙ୍କବାଦୀ ଆକ୍ରମଣ ପରେ ୪୦ଜଣ ଯବାନ ସହିଦ୍‌ ହୋଇଥିଲେ । ଆତଙ୍କବାଦୀଙ୍କ ଏଭଳି ଭୀରୁ ଆଚରଣ ପାଇଁ ସାରା ଭାରତବାସୀ ପ୍ରତିଶୋଧର ନିଆଁରେ ଜଳିବା ସହ ସେମାନଙ୍କ ମୂଳପୋଛ କରିବା ପାଇଁ ଭାରତ ସରକାରଙ୍କୁ ଦାବି କରିଥିଲେ । ପୁଲଓ୍ଵାମା ଆକ୍ରମଣର୧୨ଦିନ ମଧ୍ୟରେ ପାକିସ୍ତାନଙ୍କୁ ଭାରତ ତରଫରୁ ମିଳୁଥିବା ସବୁ ସୁବିଧାକୁ ଧୀରେ ଧୀରେ ବନ୍ଦ କରି ଦିଆଯିବା ସହ ମଙ୍ଗଳବାର ପୁଲାଓ୍ଵାମା ଆକ୍ରମଣର ପ୍ରତିଶୋଧ ନେଇଥିଲା ଭାରତୀୟ ବାୟୁସେନା ।

୧୨ ମିରାଜ୍‌ ୨୦୦୦ ଲଢ଼ୁଆ ବିମାନ ନେଇ ଜୈସ୍‌-ଏ-ମହମ୍ମଦର ପ୍ରଶିକ୍ଷଣ ଶିବିରକୁ ଟାର୍ଗେଟ କରିବା ସହ ୧୦୦୦କିଲୋ ବୋମା ପକାଇ ଜୈସ୍‌-ଏ-ମହମ୍ମଦର ପ୍ରଶିକ୍ଷଣ ଶିବିରକୁ ଭାରତୀୟ ବାୟୁସେନା ସମ୍ପୂର୍ଣ୍ଣ ଧ୍ୱସଂ କରିଦେଇଥିଲେ । ଏହି ଆକ୍ରମଣରେ ୩୦୦ଆତଙ୍କବାଦୀ ନିହତ ହୋଇଥିବା ବେଳେ ଭାରତର ଏଭଳି ଆକ୍ରମଣ ପାକିସ୍ତାବାସୀଙ୍କ ମନରେ ଭୟ ସୃଷ୍ଟି କରିଥିବା ଜଣା ପଡ଼ିଛି । ଭାରତୀୟ ବାୟୁସନାର ପରାକ୍ରମ ଦେଖିବା ପରେ ବାୟୁସେନା ବିଷୟରେ ଭଲ ଭାବରେ ଜାଣିବା ପାଇଁ ଗୁଗଲ୍‌ରେ ଭାରତୀୟ ବାୟୁସନା ବିଷୟରେ ପାକିସ୍ତାନବାସୀ ସର୍ଚ୍ଚ କରୁଥିବା ଦେଖା ଯାଇଛି ।

oneindia.com

ଗୁଗଲ୍‌ ଜାରି କରିଥିବା ଏକ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଭାରତୀୟ ବାୟୁସେନା ଭାରତ-ପାକ୍‌ର ନିୟନ୍ତ୍ରଣ ରେଖାକୁ ପାର୍‌ କରି ଜୈସ୍‌-ଏ-ମହମ୍ମଦର ପ୍ରଶିକ୍ଷଣ ଶିବିରକୁ ଆକ୍ରମଣ କରିଥିବାର ଖବର ମଙ୍ଗଳବାର ସକାଳ ୫.୧୨ମିନିଟ୍‌ ସମୟରେ ପାକିସ୍ତାନ ସେନାର ପ୍ରବକ୍ତା ମେଜର ଜେନେରାଲ ଆସିଫ୍‌ ଗଫୁର ଟୁଇଟ୍‌ କରି ଜଣାଇଥିଲେ । ଯାହା ପରେ ଗୁଗଲ୍‌ରେ ପାକିସ୍ତାନବାସୀ ଭାରତୀୟ ବାୟୁସନା ବିଷୟରେ ଅଧିକରୁ ଅଧିକ ସର୍ଚ୍ଚ କରିଥିବା ଜଣା ପଡ଼ିଛି । ପାକିସ୍ତାନ ବାୟୁସେନା ତୁଳନାରେ ଭାରତୀୟ ବାୟୁସନାକୁ ପାକିସ୍ତାନବାସୀମାନେ ଅଧିକ ସର୍ଚ୍ଚ କରିଥିବା ଗୁଗଲ୍‌ ଜାରି କରିଥିବା ରିପୋର୍ଟରୁ ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର