କୋଲକାତା: ପଶ୍ଚିମବଙ୍ଗର ମମତା ସରକାରଙ୍କୁ ବିଜେପି ସଭାପତି ଜେ ପି ନଡ୍ଡା ସିଧାସଳଖ ଆକ୍ଷେପ କରି ମମତାଙ୍କୁ ‘ହିନ୍ଦୁ ବିରୋଧୀ’ ବୋଲି ସମାଲୋଚନା କରିଥିଲେ । ଏହି ଘଟଣାର ଚାରି ଦିନ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ହିନ୍ଦୁ ବ୍ରାହ୍ମଣଙ୍କ ପାଇଁ କେତକ ପଦକ୍ଷେପ ଘୋଷଣା କରିଛନ୍ତି । ଏଥିରେ “ଗରିବ ବ୍ରାହ୍ମଣ” (ପୁରୋହିତ) ପାଇଁ ମାସିକ ୧୦୦୦ ଟଙ୍କା ଭତ୍ତା ଅନ୍ତର୍ଭୁକ୍ତ କରିଛନ୍ତି।
ଏଥିସହିତ ମମତା ଏକ ଦଳିତ ଏକାଡେମୀ ପ୍ରତିଷ୍ଠା ଏବଂ ହିନ୍ଦୀ ଏକାଡେମୀ ଏବଂ ରାଜବଂଶୀ ଏକାଡେମୀର ସମ୍ପ୍ରସାରଣ ବିଷୟରେ ମଧ୍ୟ ଘୋଷଣା କରିଛନ୍ତି। ଏହା ବ୍ୟତୀତ ସେ ତାଙ୍କ ସରକାରର “ସର୍ବ ଧର୍ମ ସମନ୍ବୟ” ଆଭିମୁଖ୍ୟର ଏକ ଅଂଶ ଭାବରେ ବାଙ୍କୁଡ଼ା ବିଷ୍ଣୁପୁରରେ ଚତୁର୍ଦ୍ଦଶ ଶତାବ୍ଦୀର ଐତିହ୍ୟ ମନ୍ଦିରଗୁଡ଼ିକର ପୁନରୁଦ୍ଧାର ଉପରେ ବିଶେଷ ଗୁରୁତ୍ୱ ଦେଇ ଜିଲ୍ଲାମାନଙ୍କରେ ମନ୍ଦିର, ମସଜିଦ ଏବଂ ଗୁରୁଦ୍ୱାର ପୁନରୁଦ୍ଧାର ପାଇଁ ଏକ ଯୋଜନା ମଧ୍ୟ ପ୍ରସ୍ତୁତ କରିଛନ୍ତି।
ଟିଏମସି ଏହାର ହିନ୍ଦୀ ସେଲର ଗଠନକୁ ଆନୁଷ୍ଠାନିକ କରି ସାଂସଦ ଦୀନେଶ ତ୍ରିବେଦୀଙ୍କୁ ଏହାର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରିଥିଲା।
ମମତା ସରକାର ସନାତନ ହିନ୍ଦୁ ଧର୍ମ ପାଇଁ ଏକ ତୀର୍ଥସ୍ଥାନ ନିର୍ମାଣ କରିବାକୁ କୋଲାଘାଟରେ ବ୍ରାହ୍ମଣମାନଙ୍କୁ ମାଗଣାରେ ଜମି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପାଖାପାଖି ୮୦୦୦ଗରିବ ବ୍ରାହ୍ମଣଙ୍କ ଅନୁରୋଧ କ୍ରମେ ସେମାନଙ୍କୁ ମାସିକ ୧୦୦୦ଟଙ୍କା ଭତ୍ତା ପ୍ରଦାନ କରାଯିବା ସହିତ ବଙ୍ଗଳା ଆବାସ ଯୋଜନା ଜରିଆରେ ସେମାନଙ୍କ ପାଇଁ ଘର ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ୮୦୦୦ବ୍ରାହ୍ମଣଙ୍କୁ ପୂଜା ମାସ ଅର୍ଥାତ ଅକ୍ଟୋବର ଓ ନଭେମ୍ବର ମାସରେ ଏହି ଭତ୍ତା ପ୍ରଦାନ କରାଯିବ ବୋଲି ମମତା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Didi.jpg)