ଇାନ୍ଦୋର: ରାମ ଜନ୍ମଭୂମି ଏବଂ କାଶୀର ପୁନଃରୁଦ୍ଧାର ପରେ ଏବେ ମଥୁରା ପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ ବୋଲି ରବିବାର ଦିନ ‘ବିଜେପି’ ସାଂସଦ ହେମା ମାଳିନୀ ସାମ୍ବାଦିକମାନଙ୍କୁ କହିଛନ୍ତି।

Advertisment

ଗୋଟାଏ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ହେମା ମାଳିନୀ କହିଛନ୍ତି, ରାମ ଜନ୍ମଭୂମି ଏବଂ କାଶୀର ପରି ମଥୁରାର ପୁନଃରୁଦ୍ଧାର ମଧ୍ୟ ଗୁରୁତ୍ବପୂର୍ଣ୍ଣ। ନିମନ୍ତ୍ରଣ ରକ୍ଷା କରି ସୋମବାର ଦିନ ମୁଁ କାଶୀ ଯିବି।

publive-image Image Courtesy of Devdiscourse

ସେ ଆହୁରି ମଧ୍ୟ କହିଛନ୍ତି, ପ୍ରେମ ଓ ସ୍ନେହର ସଙ୍କେତ ଭଗବାନ କୃଷ୍ଣଙ୍କର ଜନ୍ମସ୍ଥାନ ମଥୁରାର ସାଂସଦ ଭାବେ ମୁଁ କହୁଛି ଯେ, ସେଠାରେ ମଧ୍ୟ ବିଶାଳ ମନ୍ଦିରଟିଏ ତୋଳା ହେବା ଉଚିତ। ସେଠାରେ ମନ୍ଦିରଟିଏ ଅଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀଜୀ ‘କାଶୀ ବିଶ୍ବନାଥ କରିଡର୍‌’ ବିକାଶ କରିବା ଭଳି ସେ ମନ୍ଦିରର ମଧ୍ୟ ସୌନ୍ଦର୍ଯ୍ୟକରଣ କରାଯାଇ ପାରିବ।

କାଶୀ ବିଶ୍ବନାଥର ନବିକରଣ ଏବଂ ପୁନଃବିକାଶ ବଡ଼ କଷ୍ଟସାଧ୍ୟ ଥିଲା। ଏଭଳି ପରିବର୍ତ୍ତନ ହେବା କଥା ଗତ କେତେ ବର୍ଷ ତଳେ କେହି କଳ୍ପନା ମଧ୍ୟ କରି ନ ଥିଲେ। ଏଭଳି ପରିବର୍ତ୍ତନ ଥିଲା କଷ୍ଟକର। କିନ୍ତୁ, ଏହା ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ପ୍ରତିପାଦନ କରୁଛି। ମଥୁରାରେ ମଧ୍ୟ ଏମିତି ହେବ।