ଭାରତରେ ‘ୱାଇବୋ’ ଆପ ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗିବା ପରେ ନିଜର ଆକାଉଣ୍ଟ ହଟାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଲଦାଖର ଗଲୱାନ ଉପତ୍ୟକାରେ ଚୀନ୍‌ କରିଥିବା ଆକ୍ରମଣର ଜବାବ ଦେବା ପାଇଁ ଭାରତ ଗୋଟେ ପରେ ଗୋଟେ ପଦକ୍ଷେପ ନେବା ଆରମ୍ଭ କରିଛି | ଚୀନର ୫୯ଟି ଆପର ବ୍ୟବହାର ଉପରେ ଭାରତ ସରକାର ପ୍ରତିବନ୍ଧକ ଲଗାଇବା ସହ ଭାରତରେ ରାଜପଥ ପ୍ରକଳ୍ପ କାମରେ ଚୀନ କମ୍ପାନୀଗୁଡିକୁ ନିବେଶ ପାଇଁ ଅନୁମତି ଦିଆଯିବ ନାହିଁ ସ୍ପଷ୍ଟ କରିସାରିଛନ୍ତି ସରକାର | ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଚୀନ୍‌ର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ୱାଇବୋରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୧୫ରେ ପ୍ରଧାନମନ୍ତ୍ରୀ ମୋଦୀ ୱାଇବୋ ସହିତ ଯୋଡି ହୋଇଥିଲେ। ମିଳିଥିବା ସୂଚନା ମୁତାବକ ଚାଇନାରେ ୫୯ଟି ଆପ୍ ମଧ୍ୟରେ ୱାଇବୋ ଆସୁଥିବାରୁ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ବ୍ୟବହାର କରିବା ବନ୍ଦ କରିଦେଇଛନ୍ତି |

ମିଳିଥିବା ସୂଚନା ମୁତାବକ, ଏକ ଭିଆଇପି ଆକାଉଣ୍ଟ ଡିଲିଟ କରିବା ପ୍ରକ୍ରିୟା ଜଟିଳ ଅଟେ। ତେବେ ଆକାଉଣ୍ଟ ହଟାଇବା କରିବାର ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଛି। ଚୀନ୍ ପକ୍ଷରୁ ଏ ନେଇ ଅନୁମତି ଦେବାରେ ବହୁତ ବିଳମ୍ବ ହେଉଛି ଏବଂ ଏହାର କାରଣ ଦିଆଯାଇ ନାହିଁ | ପ୍ରଧାନମନ୍ତ୍ରୀ ମୋଦୀ ନିଜର ୱାଇବୋ ଆକାଉଣ୍ଟରେ ୧୧୫ଟି ପୋଷ୍ଟ କରିଥିବା ବେଳେ ସେଥିମଧ୍ୟରୁ ୧୧୩ଟିକୁ ହଟାଇ ଦିଆଯାଇଛି।

प्रधानमंत्री नरेंद्र मोदी (फाइल फोटो)
aajtak.intoday.in

ବୁଧବାର, ତାଙ୍କ ପ୍ରୋଫାଇଲ୍ ଫଟୋ ସହିତ ଅନ୍ୟାନ୍ୟ ସୂଚନା ପ୍ରଧାନମନ୍ତ୍ରୀ ମୋଦୀଙ୍କ ୱାଇବୋ ଆକାଉଣ୍ଟରୁ ହଟାଇ ଦିଆଯାଇଛି। ୨୦୧୫ରେ ପ୍ରଧାନମନ୍ତ୍ରୀ ଭାବରେ ଚୀନକୁ ତାଙ୍କର ପ୍ରଥମ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆକାଉଣ୍ଟ ତିଆରି କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ୱାଇବୋ ଆକାଉଣ୍ଟରେ ଥିବା ପୋଷ୍ଟଗୁଡିକ ଚାଇନିଜ୍ ଭାଷାରେ ଥିଲା।

ସମ୍ବନ୍ଧିତ ଖବର