ନୂଆଦିଲ୍ଲୀ: ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ଗତ କିଛିଦିନ ତଳେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ ବିଜେପି ସାଂସଦ ବାସ୍କେଟବଲ ଖେଳୁଥିବା ଦେଖିବାକୁ ମିଳିଥିଲା। ପୁଣିଥରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ବିଜେପି ସାଂସଦ ପ୍ରଜ୍ଞା ଠାକୁର ଏକ ବିବାହ କାର୍ଯ୍ୟକ୍ରମରେ ନାଚୁଥିବା ଦେଖିବାକୁ ମିଳିଥିଲା।
ତେବେ ଏହି ଘଟଣାକୁ ନେଇ କଂଗ୍ରେସ ପ୍ରଜ୍ଞା ଠାକୁରଙ୍କୁ ଆକ୍ଷେପ କରି କହିଛି, ପ୍ରଜ୍ଞା ସ୍ବାସ୍ଥ୍ୟ ଖରାପ ଥିବା ହେତୁ ମାଲେଗାଁ ବୋମା ବିସ୍ଫୋରଣ ମାମଲାରେ କୋର୍ଟରେ ହାଜର ହେବାକୁ ସମୟ ମାଗିଛନ୍ତି। କିନ୍ତୁ ସେ ବାସ୍କେଟବଲ ଓ ବିବାହ କାର୍ଯ୍ୟକ୍ରମରେ ନାଚୁଥିବା ଦେଖିବାକୁ ମିଳୁଛି।
ନିକଟରେ ପ୍ରଜ୍ଞା ଠାକୁର ଦୁଇ ଗରିବ ପରିବାରର ଝିଅଙ୍କ ବିବାହ କରି ସେମାନଙ୍କୁ ଶାଶୁଘରକୁ ପଠାଇଛନ୍ତି। ଯାହା ସାଂସଦଙ୍କ ବାସଭବନରେ ଆୟୋଜିତ ହୋଇଛି। ଏଥିରେ ପ୍ରଜ୍ଞା ଠାକୁରଙ୍କ ସହିତ ଘଟଣାସ୍ଥଳରେ ଉପସ୍ଥିତ ଥିବା କିଛି ଲୋକ ନାଚୁଥିବା ଦେଖିବାକୁ ମିଳିଛି।
ଦୁଇଜଣ କନ୍ୟାଙ୍କ ମଧ୍ୟରୁ ଜଣେ କନ୍ୟାଙ୍କ ପିତା ଦିନମଜୁରିଆ ଅଛନ୍ତି। ସେ ଭୋପାଲ ସାଂସଦଙ୍କ ଋଣ କେବେ ସୁଝି ପାରିବେ ନାହିଁ ବୋଲି କହିଛନ୍ତି। କାରଣ ତାଙ୍କ ପାଖରେ ଝିଅ ବିବାହ ପାଇଁ କୌଣସି ପ୍ରକାର ସାମର୍ଥ୍ୟ ନଥିଲା।
हमारी भोपाल की सांसद बहन प्रज्ञा ठाकुर को जब भी बास्केट बॉल खेलते हुए , बग़ैर सहारे के चलते हुए या इस तरह ख़ुशी से झूमते हुए देखते है तो बड़ी ख़ुशी होती है…? pic.twitter.com/MR01Gumnun
— Narendra Saluja (@NarendraSaluja) July 7, 2021
ଏହି ବିବାହ କାର୍ଯ୍ୟକ୍ରମରେ ପ୍ରଜ୍ଞା ଠାକୁର ନାଚୁଥିବା ଦେଖିବା ପରେ ମଧ୍ୟପ୍ରଦେଶ କଂଗ୍ରେସ ପ୍ରବକ୍ତା ନରେନ୍ଦ୍ର ସଲୁଜା କହିଛନ୍ତି, ଭୋପାଳ ସାଂସଦ ପ୍ରଜ୍ଞା ଠାକୁରଙ୍କୁ ଯେବେ ବି ବିନା ସାହାରାରେ ବାସ୍କେଟବଲ ଖେଳୁଥିବା, ବିନା ସାହାରାରେ ଖୁସିରେ ନାଚୁଥିବା ଦେଖିବାକୁ ମିଳେ ଖୁସି ଲାଗିଥାଏ।