ଗଙ୍ଗା ସ୍ନାନ ପରେ ମନ୍ଦିରରେ ନିଜ ଜିଭ କାଟିଦେଲେ ଯୁବକ

ଲକ୍ଷ୍ନୌ: ଉତ୍ତରପ୍ରଦେଶର କୌଶମ୍ବୀ ଜିଲ୍ଲାରେ ଶନିବାର ହୃଦୟଚକିତ ଘଟଣା ଘଟିଛି । ସମ୍ପତ ନାମକ ଜଣେ ୪୦ ବର୍ଷୀୟ ବ୍ୟକ୍ତି ଗଙ୍ଗା ସ୍ନାନ ପରେ ଶୀତଳାଧାମ ମନ୍ଦିରକୁ ଯାଇ ଏକ ବ୍ଲେଡରେ ନିଜ ଜିଭ କାଟିଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଘଟଣା ପରେ ସେଠାରେ ଉତ୍ତେଜନା ଦେଖାଦେବା ସହ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଥିବା କଥା ଏବେ ସାମ୍ନାକୁ ଆସିଛି । ତାଙ୍କ ପାଟିରୁ ରକ୍ତ ବାହାରୁଥିବାର ଦେଖି ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଗୋଟେ ପ୍ରକାରର ଭୟ ଦେଖାଦେଇଥିଲା । ପରେ ଲୋକମାନେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

କଡ଼ାଧାମ କୋତୱାଲୀ ଅଞ୍ଚଳରେ ରହିଛି ଶୀତଳାଧାମ ମନ୍ଦିର। ପଶ୍ଚିମ ଶରୀରା ଥାନା ପୁରବ ଶରୀରା ଗାଁର ସମ୍ପତ ସକାଳେ ତାଙ୍କ ପତ୍ନୀଙ୍କ ସହିତ ଶୀଳତାଧାମ ମନ୍ଦିରକୁ ଯାଇଥିଲେ। ହେଲେ ପ୍ରାରମ୍ଭରେ ସେମାନେ ଗଙ୍ଗା ସ୍ନାନ କରି ମନ୍ଦିରରେ ପ୍ରବେଶ କରି ପୂଜାର୍ଚ୍ଚନା କରିଥିଲେ। ପୂଜା କରିବା ପରେ ସେମାନେ ଫେରି ଆସିଥିଲେ। କିଛି ବାଟ ଆସିବା ପରେ ପୁଣି ସମ୍ପତ ମନ୍ଦିରକୁ ଯାଇ ପାହାଚ ଉପରେ ଏକ ବ୍ଲେଡ କାଢ଼ି ନିଜ ଜିଭକୁ କାଟି ଥିଲେ। ସ୍ୱାମୀଙ୍କ ପାଟିରୁ ରକ୍ତ ବାହାରୁଥିବା ଦେଖି ପତ୍ନୀ କାନ୍ଦିବାକୁ ଲାଗିଲେ । ଘଟଣାକୁ ନେଇ ଉପସ୍ଥିତ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଲୋକେ ଆମ୍ବୁଲାନ୍ସକୁ ଡାକି ସମ୍ପତଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମ୍ପତ ଜିଲ୍ଲା ଡାକ୍ତରଖାନାରେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ସେଠାକାର ଡାକ୍ତର ବିବେକ କେଶରୱାନୀଙ୍କ କହିବାଅନୁସାରେ ତାଙ୍କ ଜିଭ ସମ୍ପୂର୍ଣ୍ଣ ଭାବେ ଅଲଗା ହୋଇନାହିଁ । ବର୍ତ୍ତମାନ ଉକ୍ତ ବ୍ୟକ୍ତିଙ୍କ ଅବସ୍ଥା ଠିକ ଅଛି, ଚିକିତ୍ସା ଚାଲିଛି ।

ସମ୍ବନ୍ଧିତ ଖବର