ବେଙ୍ଗାଲୁର୍‌ରେ ଅଚାନକ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଆତଙ୍କିତ ହେଲେ ସ୍ଥାନୀୟ ବାସିନ୍ଦା

ବେଙ୍ଗାଲୁର: ସାରା ଦେଶରେ ଲକ୍‌ଡାଉନ୍‌ ହେତୁ ଶୂନଶାନ୍‌ ପରିବେଶ ରହିଥିବା ବେଳେ ବେଙ୍ଗାଲୁର୍‌ରେ ଏକ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି। ଖୁବ୍‌ ଜୋର୍‌ରେ ଶୁଭିଥିବା ଏହି ଶବ୍ଦ ବେଙ୍ଗାଲୁର ବାସିନ୍ଦାଙ୍କୁ ଅ‌ାତଙ୍କିତ କରିଛି। ତେବେ, ଏହି ପ୍ରଚଣ୍ଡ ଶବ୍ଦଟି କେଉଁ କାରଣରୁ ଶୁଭିଛି ତାହା ଜଣା ପଡ଼ିନାହିଁ।

ଏହି  ପ୍ରଚଣ୍ଡ ଶବ୍ଦ ବେଙ୍ଗାଲୁରର ଓଲ୍‌ଡ ମାଦ୍ରାସ ରୋଡ୍‌, ଅଲ୍‌ସୁର୍‌, କୁନ୍ଦନହାଲି, ହାଲ୍‌, କାମାନାହାଲି, କୋକ୍ ‌ଟାଉନ୍‌, ବିବେକ ନଗର, ରମାମୂର୍ତ୍ତି ନଗର, କୋରମଙ୍ଗଳା, ହୋସୁର୍‌ ରୋଡ୍‌, ସିଭି ରମଣ ନଗର ଆଦି ସ୍ଥାନରେ ଶୁଣିବାକୁ ମିଳିଥିଲା।

ଏହି ଶବ୍ଦକୁ କେହି କେହି ଭୂକମ୍ପ ବୋଲି କହିଥିବା ବେଳେ ଆଉ କେହି ତାହାକୁ ଯୁଦ୍ଧ ବିମାନ ବିସ୍ଫୋରଣର ନାମ ଦେଇଛନ୍ତି। ଏ ନେଇ ପୁଲିସ୍‌ ତା’ର ତଦନ୍ତ ଆରମ୍ଭ କରିଛି।

ଏହି ଶବ୍ଦଟି ହଠାତ ଶୁଭିବା ପରେ ଲୋକେ ପ୍ରଥମେ ବ୍ୟସ୍ତ ହୋଇ ପଡ଼ିଥିବା ବେଳେ ପରେ ଏହାକୁ ନେଇ ସୋସିଆଲ୍‌ ମିଡିଆରେ ମଜାଦାର ପୋଷ୍ଟ୍‌ କରିଥିବାର ଦେଖିବାକୁ ମିଳିଛି। କେହି କେହି ତାହାକୁ ପରଗ୍ରହୀ(ଏଲିଏନ୍‌) ଆସିଥିବାର କହିଥିବା ବେଳେ ଆଉ କେହି ଏହାକୁ କାହାର ପେଟ ଫାଟିବାର ଶବ୍ଦ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର