୧୯୮୮ରେ ଡିଜିଟାଲ କ୍ୟାମେରା ଏବଂ ଇମେଲ୍‌ ବ୍ୟବହାର କରୁଥିଲି ବୋଲି କହି ପୁଣି ସମାଲୋଚନାର ଶିକାର ହେଲେ ମୋଦୀ

ନୂଆଦିଲ୍ଲୀ : ଗତକାଲି ନିଉଜ୍‌ ନେଶନକୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭୁଲ କଥା କହିଥିଲେ, ଯାହା ଲୋକଙ୍କୁ ସମାଲୋଚନାର ଖୋରାକ ଯୋଗାଇଥିଲା । ଯେଉଁ ସମୟରେ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ପ୍ରସ୍ତୁତି ଚାଲିଥିଲା, ସେ ସମୟରେ ଆକାଶରେ ବାଦଲ ଛାଇ ରହିଥିଲା । ବିଶେଷଜ୍ଞମାନେ ଏୟାର ଷ୍ଟ୍ରାଇକ୍‌କୁ ବାତିଲ କରିବା ପାଇଁ କହିବା ପରେ ମୁଁ ତାଙ୍କୁ ମନା କରିଥିଲି । ବାଦଲ ପାଇଁ ବାୟୁସେନା ବିମାନ ପାକିସ୍ତାନ ରାଡାରରୁ ବଞ୍ଚି ପାରିବ ବୋଲି କହି ମୁଁ ସେମାନଙ୍କୁ ଏୟାର ଷ୍ଟ୍ରାଇକ୍‌ କରିବା ପାଇଁ କହିଥିଲି ବୋଲି ମୋଦୀ କହିଥିଲେ । ଏହା ପରେ ତାଙ୍କ ଜ୍ଞାନକୁ ନେଇ ପ୍ରଶ୍ନ କରିବା ସହ ସୋସିଆଲ ମିଡିଆରେ ଲୋକେ ତାଙ୍କୁ ସମାଲୋଚନା କରିଥିଲେ ।

ତେବେ ଏୟାର ଷ୍ଟ୍ରାଇକ୍‌ ବିବାଦ ଥମି ନଥିବା ବେଳେ ଏବେ ମୋଦୀ ଆଉ ଏକ ଅବିଶ୍ୱସନୀୟ ବୟାନ ଦେଇଛନ୍ତି । ୧୯୮୮ରେ ମୁଁ ଡିଜିଟାଲ କ୍ୟାମେରା ଏବଂ ଇମେଲ ବ୍ୟବହାର କରିବାରେ ପ୍ରଥମ ଲୋକ ଥିଲି । ଏହା ସହ ମୁଁ ମୋ କ୍ୟାମେରାରେ ବିଜେପି ମୁଖ୍ୟ ଲାଲକୃଷ୍ଣ ଆଡ୍‌ଭାନୀଙ୍କ ରଙ୍ଗୀନ ଫଟୋ ଉଠାଇଥିଲି ବୋଲି କହିଛନ୍ତି ମୋଦୀ । ଏହି ମନ୍ତବ୍ୟ ତାଙ୍କୁ ପୁଣି ବିବାଦକୁ ଟାଣି ଆଣିଛି । ତାଙ୍କର ଏଭଳି ବୟାନର ଭିଡିଓ ସାମ୍ନାକୁ ଆସିବା ପରେ, ୧୯୯୫ରେ ଇମେଲ ଆସିଥିବା ବେଳେ ମୋଦୀ କେମିତି ୧୯୮୮ରେ ଏହାକୁ ବ୍ୟବହାର କରୁଥିଲେ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର