ରାଞ୍ଚି : ପୂର୍ବରୁ ନିଜର ଅଜବ କାମ ପାଇଁ ବିବାଦରେ ଛନ୍ଦି ହୋଇ ସାରିଛନ୍ତି ଝାଡ଼ଖଣ୍ଡର ଜନୈକ ସରକାରୀ ଡାକ୍ତର । ଏବେ ପୁଣି ସେଭଳି ଏକ ଘଟଣା ସାମ୍ନାକୁ ଆସିଛି । କିଛି ଦିନ ତଳେ ଜଣେ ଡାକ୍ତର ରୋଗୀଙ୍କୁ ପେଟର ଯନ୍ତ୍ରଣା ପାଇଁ କଣ୍ଡୋମ ବ୍ୟବହାର କରିବାକୁ କହିଥିବା ବେଳେ ଏବେ ଝାଡ଼ଖଣ୍ଡର ଚତ୍ରା ଜିଲ୍ଲାର ଜଣେ ଡାକ୍ତର ସେଭଳି ଭୁଲ କରିଛନ୍ତି । ଦୁଇ ଯୁବକ ପେଟରେ ଯନ୍ତ୍ରଣା ନେଇ ଆସିଥିବାରୁ ଡାକ୍ତର ତାଙ୍କୁ ଗର୍ଭ ପରୀକ୍ଷଣ କରିବା ପାଇଁ ନିର୍ଦ୍ଦେଶ ଦେଇ ଏବେ ବିବାଦରେ ଛନ୍ଦି ହୋଇଛନ୍ତି । ତେବେ ଏ ନେଇ ଡାକ୍ତରଙ୍କୁ ପ୍ରଶ୍ନ କରାଯିବା ପରେ ସେ ଏଭଳି କୌଣସି ପରୀକ୍ଷା ପାଇଁ କହି ନଥିବା କହିଛନ୍ତି । ଏହା ସହ ତାଙ୍କୁ କିଛି ଲୋକ ଫସାଉଥିବାର ଅଭିଯୋଗ ଆଣିଛନ୍ତି ଡାକ୍ତର । ଘଟଣାଟି ସାମ୍ନାକୁ ଆସିବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଦନ୍ତର ଆଦେଶ ଦେଇଛନ୍ତି ।
India TVସୂଚନା ମୁତାବକ, ଦୁଇ ପୀଡ଼ିତ କମେଶ୍ୱର ଗନ୍ଝୁ ଓ ଗୋପାଳ ଗନ୍ଝୁଙ୍କୁ ଡାକ୍ତର ମୁକେଶ କୁମାର ଗର୍ଭ ପରୀକ୍ଷଣ କରିବା ପାଇଁ କହିଥିବା ବିଷୟରେ ସେମାନେ ପାଥୋଲଜି ଲ୍ୟାବ୍କୁ ଯିବା ପରେ ଜାଣିବାକୁ ପାଇଥିଲେ । ଯାହା ପରେ ଦୁହେଁ ପରୀକ୍ଷା ନ କରାଇ ନିଜ ଗାଁକୁ ଫେରିଥିଲେ । ଗାଁରେ ସବୁ ଲୋକଙ୍କୁ ଡାକ୍ତରଖାନାରେ ତାଙ୍କ ସହ ଘଟିଥିବା ଘଟଣା ଜଣାଇଥିଲେ । ଧିରେ ଧିରେ କଥାଟି ଚର୍ଚ୍ଚାକୁ ଆସିବା ପରେ ସବୁ ମିଡିଆ ଏହି ଖବରକୁ ପ୍ରସାରଣ କରିଥିଲେ । ଏଭଳି ଘଟଣା ବିଷୟରେ ଜାଣିବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏବେ ତଦନ୍ତର ଆଦେଶ ଦେଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/qaa-11.jpg)