ନୂଆଦିଲ୍ଲୀ: ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଦରମେୟା ଆଜି ଉଭୟ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ବିଧାୟକ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି। କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଦଳର ପରାଜୟକୁ ଗ୍ରହଣ କରି ସିଦ୍ଦରମେୟା ତାଙ୍କ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି (କେପିସିସି) ଅଧ୍ୟକ୍ଷ ଦିନେଶ ଗୁଣ୍ଡୁ ରାଓ ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏହି ଦୁଇ ବରିଷ୍ଠ ନେତା କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସେମାନଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସିଦ୍ଦରମେୟା ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି, ବିଧାନସଭା ଦଳ ନେତା ଭାବେ ମୁଁ ଗଣତନ୍ତ୍ରକୁ ସମ୍ମାନ ଦେଉଛି। ସିଏଲ୍ପି ନେତାଭାବେ ମୁଁ ଇସ୍ତଫା ଦେଉଛି। ସୋନିଆ ଗାନ୍ଧୀଜୀଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ଦେଇଥିବା କହିଛନ୍ତି।
କଂଗ୍ରେସର ପରାଜୟ ପରେ ଇସ୍ତଫା ଦେଲେ ସିଦ୍ଦରମେୟା, ଦିନେଶ ଗୁଣ୍ଡୁ ରାଓ
/sambad/media/post_attachments/wp-content/uploads/2019/12/84sfg8s7f8h7sfh987shsf4h5f4sh65sfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)