କଂଗ୍ରେସର ପରାଜୟ ପରେ ପ୍ରିୟଙ୍କାଙ୍କ ପ୍ରଥମ ୟୁପି ଗସ୍ତ

ଲକ୍ଷ୍ନୌ : କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଆସନ୍ତାକାଲିଠାରୁ ଦୁଇ ଦିନିଆ‌ ଉତ୍ତରପ୍ରଦେଶ ଗସ୍ତରେ ଯିବେ। ଲୋକସଭା ନିର୍ବାଚନରେ କଂଗ୍ରେସର ପରାଜୟ ଓ ଆମେଥି ଆସନ ଖସିଯିବାପରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ପ୍ରିୟଙ୍କା ଏ ନେଇ କଂଗ୍ରେସ କର୍ମୀଙ୍କ ସହ ବିସ୍ତୃତ ଆଲୋଚନା କରିବାର ଯୋଜନା ରହିଛି। ଆସନ୍ତାକାଲି ପ୍ରିୟଙ୍କା ରାଏବରେଲିର ଫୁରସତଗଂଜରେ ପହଞ୍ଚି ସେଠାରେ ଭୁଏମାଉ ଗେଷ୍ଟ୍‌ ହାଉସ୍‌ରେ ରହିବେ। ଏହାପରେ ସେ ବୁଧବାର ଦିନ ଦଳୀୟ କର୍ମୀ ଏବଂ ନେତାମାନଙ୍କ ସହ ବୈଠକ କରିବେ।

ସମ୍ବନ୍ଧିତ ଖବର