ବେଙ୍ଗାଲୁରୁ: ପିଲାମାନଙ୍କ ପ୍ରିୟ କଟନ କାଣ୍ଡି ଉପରେ ନିଷେଧାଦେଶ ପରେ ବର୍ତ୍ତମାନ କର୍ଣ୍ଣାଟକର ସିଦ୍ଧାରମାୟା ସରକାର ଚିକେନ୍ କେବାବ ଏବଂ ମାଛରୁ ପ୍ରସ୍ତୁତ ଖାଦ୍ୟ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜନସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ କବାବ୍ ଏବଂ ମାଛର ବୀଭିୀନ୍ନ ଡିସ୍ରେ କୃତ୍ରିମ ରଙ୍ଗ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।
ଚିକେନ୍ କବାବ୍ ଏବଂ ମାଛରୁ ପ୍ରସ୍ତୁତ ଖାଦ୍ୟରେ କୃତ୍ରିମ ରଙ୍ଗ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିବା ସହ କର୍ଣ୍ଣାଟକ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ପଦକ୍ଷେପ ଏପରି ଏକ ସମୟରେ ନିଆଯାଇଛି ଯେତେବେଳେ କିଛି ଦିନ ପୂର୍ବରୁ ଏହି ଜିନିଷଗୁଡିକର ନମୁନାଗୁଡ଼ିକର ଗୁଣବତ୍ତା ଯାଞ୍ଚ କରାଯାଇଥିଲା ଏବଂ କୃତ୍ରିମ ରଙ୍ଗ ବ୍ୟବହାର ଯୋଗୁ ସେସବୁଖାଦ୍ୟର ଗୁଣବତ୍ତା ଖରାପ ଥିବା ଜଣାପଡିଥିଲା।
କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ କହିଛନ୍ତି ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ନିଷେଧାଦେଶ ଦିଆଯାଇଛି। ଖାଦ୍ୟ ସାମଗ୍ରୀରେ କୃତ୍ରିମ ରଙ୍ଗର ପ୍ରତିକୂଳ ପ୍ରଭାବ ଉପରେ ଅନୁସନ୍ଧାନ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଖାଦ୍ୟ ସୁରକ୍ଷା ବିଭାଗ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନମୁନା ସ୍ବାସ୍ଥ୍ୟ ପାଇଁ ଅସୁରକ୍ଷିତ ବୋଲି ଜଣାପଡିଛି।
ଏହାପୂର୍ବରୁ ଖାଦ୍ୟ ଏବଂ ନିରାପତ୍ତା ଗୁଣବତ୍ତା ବିଭାଗ ରାଜ୍ୟ ଲାବୋରେଟୋରୀରୁ ୩୯ କବାବ୍ ନମୁନା ସଂଗ୍ରହ କରି ବିଶ୍ଳେଷଣ କରିଥିଲା। କୃତ୍ରିମ ରଙ୍ଗର ଉପସ୍ଥିତି, ବିଶେଷତଃ ସନସେଟ୍ ୟେଲୋ ଏବଂ କାର୍ମୋଇସିନ୍ର ଉପସ୍ଥିତି କାରଣରୁ ୩୯ ଟି ନମୁନା ମଧ୍ୟରୁ ଆଠଟି ବ୍ୟବହାର ପାଇଁ ଅସୁରକ୍ଷିତ ବୋଲି ଜଣାପଡିଥିଲା।
ଏହି ନିଷେଧାଦେଶ ଉଲ୍ଲଂଘନ କଲେ ସର୍ବନିମ୍ନ ସାତ ବର୍ଷ ଜେଲଦଣ୍ଡ ଏବଂ ସର୍ବାଧିକ ଆଜୀବନ କାରାଦଣ୍ଡ ହୋଇପାରେ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା ଏବଂ ଖାଦ୍ୟ ଆଉଟଲେଟର ଲାଇସେନ୍ସ ବାତିଲ ହୋଇପାରିବ। ଖାଦ୍ୟ ନିରାପତ୍ତା ଏବଂ ମାନକ ଅଧିନିୟମ, ୨୦୦୬ ଅନୁଯାୟୀ ନମୁନାଗୁଡିକ ଅସୁରକ୍ଷିତ ଘୋଷିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/WhatsApp-Image-2024-06-25-at-4.19.34-PM.jpeg)