ନୂଆଦିଲ୍ଲୀ: ଦେଶ ଏବେ କୋଭିଡ-୧୯ ମହାମାରୀ ସହ ସଂଗ୍ରାମ କରୁଥିବା ବେଳେ ଆଉ ଏକ ମାରାତ୍ମକ ରୋଗରେ ଲୋକେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ବିରଳ ଏବଂ ମାରାତ୍ମକ ଫଙ୍ଗାଲ୍ ରୋଗ ମୁକରମାଇକୋସିସ୍ ଦ୍ବାରା ଅହମ୍ମଦାବାଦବାସୀ ଆକ୍ରାନ୍ତ ହେଉଥିବା ଜଣା ପଡ଼ିଛି। ଏହା ଦ୍ବାରା ଅହମ୍ମଦାବାଦରେ ୪୪ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ୯ଜଣଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀ ଏବଂ ମୁମ୍ବାଇ ଡାକ୍ତରଖାନାରେ କିଛି ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଗୁଜୁରାଟର ଅହମ୍ମଦାବାଦରେ ଅତି କମରେ ୪୪ଟି ମୁକରମାଇକୋସିସ୍ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୯ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି।
The Indian Expressଏହି ସଂକ୍ରମଣ ସାଧାରଣତଃ ନାକରୁ ଆରମ୍ଭ ହୋଇ ଆଖିକୁ ବ୍ୟାପିଥାଏ | ଶୀଘ୍ର ନିରାକରଣ ଏବଂ ଚିକିତ୍ସା ରୋଗୀକୁ ଭଲ କରିପାରେ। ହେଲେ ଠିକ ସମୟରେ ଚିକିତ୍ସା କରା ନଗଲେ ଏହା ସାଂଘାତିକ ରୂପ ନେଇଥାଏ | ସଂକ୍ରମଣ ବିସ୍ତାର ହେବା ସହିତ ଆଖିର ଚାରିପାଖରେ ଥିବା ମାଂସପେଶୀ କାମ କରିବା ବନ୍ଦ କରିଦେଇଥାଏ, ଯାହାଦ୍ୱାରା ଜଣେ ଅନ୍ଧ ହେବାର ସମ୍ଭାବନା ରହିଛି | ମୁକରମାଇକୋସିସ୍ ମୁଖ୍ୟତଃ ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା କିମ୍ବା କୌଣସି ଔଷଧ ସେବନ କରୁଥିବା ଲୋକଙ୍କୁ ଅଧିକ ପ୍ରଭାବିତ କରିଥାଏ। ଅହମ୍ମଦାବାଦରେ ବିଶେଷ କରି ମଧୁମେହ ରୋଗୀ ଏବଂ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କୁ ଏହି ରୋଗ ହେଉଥିବା ଦେଖାଯାଉଛି। ଯଦି ଆପଣଙ୍କ ନାକ ଫୁଲିବା ସହ ଯନ୍ତ୍ରଣା ହେଉଛି ବା ଦୃଷ୍ଟିଶକ୍ତି କମ ହେଉଛି, ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/t-150.jpg)