ଦ୍ୱିତୀୟ ବିଶ୍ୱଯୁଦ୍ଧର ବୋମା ମିଳିବା ପରେ:ଲଣ୍ଡନ ବିମାନ ବନ୍ଦର ବନ୍ଦ

ଳଣ୍ଡନ: ଲଣ୍ଡନ ସିଟି ବିମାନବନ୍ଦରକୁ ଲାଗିଥିବା ଥେମ୍‌ସ ନଦୀ କୂଳରେ ନିର୍ମାଣକାର୍ଯ୍ୟ ଚାଲିଥିବା ବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ଅଫୁଟା ବୋମା ମିଳିଥିବାରୁ ଏହାକୁ ନେଇ ସାରା ସହରରେ ଆତଙ୍କ ଖେଳିଯାଇଛି। ବୋମାଟି ବିମାନବନ୍ଦରର ଜର୍ଜ ଭି ଡକ୍‌ ରନ୍‌େଓ୍ଵର ଅତି ନିକଟରୁ ମିଳିଥିବାରୁ ବିମାନବନ୍ଦରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଥିବା ବେଳେ ସମସ୍ତ ଉଡାଣକୁ ବାତିଲ କରିଦିଆଯାଇଛି। ବିମାନବନ୍ଦରରେ ଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିମାନଗୁଡ଼ିକୁୁ ଅନ୍ୟ ଏକ ବିମାନବନ୍ଦରକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ସଂନ୍ଧ୍ୟାରେ ଏହି ବୋମା ମିଳିବା ପରେ ଏହାର ୨୧୪ ମିଟର ବ୍ୟାସାର୍ଦ୍ଧ ଅଞ୍ଚଳକୁ ପ୍ରବେଶ ନିଷେଧ କରାଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ୧୯୪୦ ମସିହା ସେପ୍ଟେମ୍ବର ମାସରୁ ୧୯୪୧ ମସିହା ମେ’ ମାସ ମଧ୍ୟରେ ଜର୍ମାନୀ ବାୟୁସେନା ଲଣ୍ଡନରେ ବୋମା ବର୍ଷା କରିଥିଲେ ।

ସମ୍ବନ୍ଧିତ ଖବର