ହାଇ-ଭୋଲ୍‌ଟେଜ୍‌ ପରିବାର ଡ୍ରାମା ପରେ ଶେଷରେ ରାବ୍ରୀ ହାଉସ୍‌ରେ ପ୍ରବେଶ କଲେ ବୋହୂ ଐଶ୍ୱର୍ଯ୍ୟା ରାୟ

ପାଟ୍‌ନା: ଦୀର୍ଘ ୧୦ ଘଣ୍ଟାର ଡ୍ରାମା ପରେ ଶେଷରେ ସୋମବାର ରାତି ପ୍ରାୟ ୧ଟା ବେଳେ ରାବ୍ରି ହାଉସ୍‌ରେ ପ୍ରବେଶ କଲେ ତେଜ ପ୍ରତାପ ଯାଦବଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟ। ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ବୋହୂ ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ବାସଭବନରେ ପ୍ରବେଶ କରିବାକୁ ରାବ୍ରୀ ଦେବୀ ସ୍ପଷ୍ଟ ମନା କରିଥିଲେ ହେଁ ପୁଲିସ୍‌ ମହାନିର୍ଦ୍ଦେଶକ ଗୁପ୍ତେଶ୍ୱର ପାଣ୍ଡେଙ୍କ ହସ୍ତକ୍ଷେପ ପରେ ଶେଷରେ ବୋହୂ ଐଶ୍ୱର୍ଯ୍ୟାଙ୍କୁ ଘରେ ପ୍ରବେଶ ପାଇଁ ଅନୁମତି ଦେଇଛନ୍ତି।

ଦୀର୍ଘ ଦିନ ଧରି ଚାଲିଥିବା ହାଇଭୋଲ୍‌ଟେଜ୍‌ ପରିବାର ଡ୍ରାମା ପରେ ପ୍ରଥମ ଥର ପାଇଁ ରବିବାର ଐଶ୍ୱର୍ଯ୍ୟା ଗଣମାଧ୍ୟମରେ ନିଜର ବୟାନ ଦେଇ କହିଥିଲେ ଯେ ତାଙ୍କୁ ତାଙ୍କୁ ଶଶୁର ଘରୁ ବଳପୂର୍ବକ ବାହାରି କରି ଦିଆଯାଇ ଥିଲା। ସେ କହିଛନ୍ତି କି ଶାଶୂ ରାବ୍ରୀ ଦେବୀ ଓ ନଣନ୍ଦ ମିସା ଭାରତୀ ତାଙ୍କୁ ଧକ୍କା ଦେଇ ତାଙ୍କ ଘରୁ ବାହର କରିଥିଲେ।

news18.com

ଉଲ୍ଲେଖଯୋଗ୍ୟ, ଗତ ବର୍ଷଠାରୁ ତେଜ୍‌ ପ୍ରତାପ ଓ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ଦାମ୍ପତ୍ୟ କଳହ ଲାଗି ରହିଛି। ସେମାନଙ୍କ ଛାଡ଼ପତ୍ର ମାମଲା ଏବେ ବିଚାରଧୀନ ଅଛି। ତେବେ, ରବିବାର ଦିନ ଶାଶୂ ରାବ୍ରୀ ଦେବୀ ଓ ନଣନ୍ଦ ମିସାଙ୍କ ନାମରେ ଐଶ୍ୱର୍ଯ୍ୟା ଅଭିଯୋଗ ଆଣିବା ପରେ ମାମଲା ଜୋର୍‌ ଚର୍ଚ୍ଚା ଧରିଛି। ପ୍ରଥମ ଥର ପାଇଁ ଗଣମାଧ୍ୟମରେ ମୁହଁ ଖୋଲି ଐଶ୍ୱର୍ଯ୍ୟ କହିଛନ୍ତି କି ଶାଶୂ ଓ ନଣନ୍ଦ ସର୍ବଦା ମନ୍ଦ ବ୍ୟବହାର କରୁଥିଲେ। ଖାଇବା ପିଇବାରେ ବି କଟକଣା ଲଗାଉଥିଲେ।

ସମ୍ବନ୍ଧିତ ଖବର