ଭଦୋଦରା : ଗୁଜରାଟର ଅନେକ ବନ୍ୟା ପ୍ରଭାବିତ ଅଞ୍ଚଳରେ ଏବେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି। ଗୁଜରାଟର ବିଭିନ୍ନ ନଦୀରେ ଶତାଧିକ କୁମ୍ଭୀର ରହିଥିବା ବେଳେ ବଡ଼ୋଦରାଠାରେ ଅନେକ କୁମ୍ଭୀର ଆବାସିକ ଅଞ୍ଚଳକୁ ପଶି ଆସିଥିବା ଜଣାପଡ଼ିଛି। ସୂଚନା ମୁତାବକ ରାଜ୍ୟରେ ପ୍ରବଳ ବର୍ଷା ହେତୁ ଆବାସିକ ଅଞ୍ଚଳର ନାଳନର୍ଦ୍ଦମା ଆଦି ବନ୍ୟାପାଣିରେ ଭର୍ତ୍ତି ହୋଇଯାଇଛି। ବଡ଼ୋଦରାସ୍ଥିତ ବିଶ୍ୱାମିତ୍ର ନଦୀ କୂଳରେ ବାସ କରୁଥିବା ଲୋକମାନଙ୍କ ଘର ଆଗରେ କୁମ୍ଭୀର ଆସି ଘରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ସେମାନେ କହିଛନ୍ତି। ଅନ୍ୟପକ୍ଷେ ବନ୍ୟପ୍ରାଣୀ ବିଭାଗ କୁମ୍ଭୀରଗୁଡ଼ିକୁ ଧରିବା ପାଇଁ ଏକ ଟିମ୍ ଗଠନ କରିଛି। ଭାଇରାଲ୍ ହୋଇଥିବା ଏକ ଭିଡିଓରେ ଏକ ବଡ଼ କୁମ୍ଭୀର ଜମ୍ବୁଆ ଗାଁର ରାସ୍ତା ପାର ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି।
ପ୍ରବଳ ବର୍ଷା ପରେ ଲୋକଙ୍କ ଘରେ ପଶୁଛି କୁମ୍ଭୀର
/sambad/media/post_attachments/wp-content/uploads/2022/07/65d4g65d4g65dgdadgdga.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)