ଆଇଏଏସ ଟିନା ଡାବିଙ୍କ ପୂର୍ବତନ ସ୍ବାମୀ ପୁଣି ବାହା ହେବେ

ନୂଆଦିଲ୍ଲୀ: ୨୦୧୫ ବ୍ୟାଚର ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ଟପ୍ପର ହୋଇଥିବା ଟିନା ଡାବିଙ୍କ ପୂର୍ବତନ ସ୍ବାମୀ ଆଥାର ଅମିର ଖାନ ପୁଣି ବାହା ହବେ। ତାଙ୍କୁ ବିବାହ କରିବାକୁ ଯାଉଥିବା ଡା.ମେହରିନ କାଜି ଇନଷ୍ଟାଗ୍ରାମରେ ଦୁହିଁଙ୍କ ଫଟୋ ସହିତ ଏକ ଖବର ପୋଷ୍ଟ କରିବା ପରେ କଥା ପଦାକୁ ଆସିଛି। ମେହରିନ ଲେଖିଛନ୍ତି ଯେ, ସେ ଖୁବ ଶୀଘ୍ର ଆଥାରଙ୍କୁ ବିବାହ କରିବାକୁ ଯାଉଛନ୍ତି।

୨୦୧୫ ସିଭିଲି ସର୍ଭିସ ପରୀକ୍ଷାରେ ଦ୍ବିତୀୟ ଟପ୍ପର ଥିଲେ ଆଥାର ଅମିର ଖାନ। ମସୌରୀରେ ତାଲିମ ନେଉଥିବାବେଳେ ଟିନା ଓ ଆଥାର କଥାବାର୍ତ୍ତା ହୋଇ ବାହା ହୋଇଥିଲେ। ସେତେବେଳେ ଏହି ବିବାହ ବେଶ ଚର୍ଚ୍ଚିତ ଥିଲା। ହେଲେ ତାଙ୍କର ବିବାହ ବେଶି ଦିନ ତିଷ୍ଠି ପାରିନଥିଲା। ୨୦୨୧ ଅଗଷ୍ଟ ୧୦ ତାରିଖରେ ଉଭୟେ ଉଭୟଙ୍କୁ ଛାଡପତ୍ର ଦେଇଥିଲେ। ପରେ ଟିନା ୨୦୧୩ ବ୍ୟାଚର ଆଇଏଏସ ଅଫିସର ଡ. ପ୍ରଦୀପ ଗୱାଣ୍ଡେଙ୍କୁ ବିବାହ କରିଥିଲେ।

ସମ୍ବନ୍ଧିତ ଖବର