ନୂଆଦିଲ୍ଲୀ: ସରିଲା ଜାପାନ ଗସ୍ତ । ଚୀନରେ ପହଞ୍ଚିଲେ ମୋଦୀ । ଦୁଇ ଦିନିଆ ଚୀନ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ । ଜାପାନ ଗସ୍ତ ସାରି ସିଧା ଜିଆଙ୍ଗଜିନରେ ପହଞ୍ଚିଲେ ମୋଦୀ । ୭ ବର୍ଷ ପରେ ମୋଦୀ ଚୀନ ଗସ୍ତରେ ଥିବା ବେଳେ ଗଲଓ୍ଵାନ ସଂଘର୍ଷ ପରେ ଏହା ତାଙ୍କର ପ୍ରଥମ ଗସ୍ତ । ତେବେ ୨୦୧୯ ପରଠାରୁ ଆଉ ଚୀନ ଯାଇ ନାହାନ୍ତି ପ୍ରଧାନମନ୍ତ୍ରୀ ।
#WATCH | Prime Minister Narendra Modi arrives in Tianjin, China. He will attend the SCO Summit here.
— ANI (@ANI) August 30, 2025
(Video: ANI/DD) pic.twitter.com/dWnRHGlt95
ଏସସିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗ ଦେବାକୁ ଥିବା ବେଳେ ଆସନ୍ତାକାଲି ମୋଦୀ ଜିନପିଙ୍ଗଙ୍କୁ ଭେଟିବାର କାର୍ଯ୍ଯକ୍ରମ ରହିଛି । ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧- ଏହି ଦୁଇ ଦିନ ପାଇଁ ଚୀନ ଗସ୍ତରେ ରହିଛନ୍ତି ମୋଦୀ । ତେବେ ପ୍ରଧାନମନ୍ତ୍ରୀଙ୍କ ଚୀନ ଗସ୍ତକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।
କାରଣ ଏହା ଭାରତ-ଚୀନ୍ ସମ୍ପର୍କରେ ସୁଧାର ଆଣିବ । ବର୍ତ୍ତମାନ ପରିସ୍ଥିତିରେ ଚୀନ୍ ଏବଂ ଭାରତ ମଧ୍ୟରେ ସମ୍ପର୍କରେ ବହୁତ ପରିବର୍ତ୍ତନ ଦେଖାଯାଉଛି । ୭ ବର୍ଷ ପରେ ଉଭୟ ଦେଶର ରାଷ୍ଟ୍ରମୁଖ୍ୟ ଭେଟାଭେଟି ହେବେ ଯାହା ଉପରେ ସମଗ୍ର ବିଶ୍ୱ ନଜର ରଖିଛି। ଚୀନ ଗସ୍ତ ବେଳେ ଜିନପିଙ୍ଗଙ୍କ ସହ ପୁଟିନଙ୍କୁ ବି ଭେଟିବେ ମୋଦୀ ।
Landed in Tianjin, China. Looking forward to deliberations at the SCO Summit and meeting various world leaders. pic.twitter.com/gBcEYYNMFO
— Narendra Modi (@narendramodi) August 30, 2025
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ଏପରି ଏକ ସମୟରେ ହୋଇଛି ଯେତେବେଳେ ଡୋନାଲ୍ଡ ଟ୍ରମ୍ପ ରୁଷିଆ ଠାରୁ ତୈଳ କିଣିବା ପ୍ରସଙ୍ଗରେ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକୁ ଟାର୍ଗେଟ୍ କରିଛନ୍ତି। ତେବେ ମୋଦୀ ଦୁଇ ରାଷ୍ଟ୍ର ମୁଖ୍ଯଙ୍କୁ ଭେଟିବା କେଉଁ ଦିଗ ଆଡକୁ ସୂଚାଉଛି ଏବଂ ଭେଟଘାଟ ପରେ କଣ ହେଉଛି ତା ଉପରେ ପୂରା ବିଶ୍ବର ନଜର ।