ନୋଏଡା: ଚାକିରିରୁ ବହିଷ୍କୃତ ହେବା ପରେ ରାଗିଯାଇ ଜଣେ ୨୫ ବର୍ଷୀୟ ଯୁବକ ୧୫ଟି କାର୍ରେ ଏସିଡ୍ ଢାଳି ନଷ୍ଟ କରି ଦେଇଛି। ଏକ ହାଇ ସୋସିଆଟିରେ ସୁଇପର ଭାବେ କାର୍ଯ୍ୟ କରୁଥିବା ଯୁବକଙ୍କ ଏହି କାର୍ଯ୍ୟ ସିସିଟିଭିରୁ ଧରା ପଡ଼ିଛି। ମାକ୍ସବ୍ଲିସ୍ ହ୍ବାଇଟ୍ ହାଉସ୍ ସୋସିଆଇଟିର ତଳ ମହଲାରେ ପାର୍କିଂ ହୋଇଥିବା ୧୫ଟି କାର୍ ଉପରେ ସେ ଏସିଡ୍ ଢାଳୁଥିବାର ଦେଖାଯାଇଛି।
ସୋସାଇଟିର କିଛି ସଦସ୍ୟ ରାମରାଜ ନାମକ ଏହି ଯୁବକକୁ ଧରି ପୁଲିସକୁ ହସ୍ତାନ୍ତର କରିଥିଲେ। ସୋସାଇଟିର ଲୋକମାନେ ରାମରାଜ ବିରୋଧରେ ବାରମ୍ବାର ଅଭିଯୋଗ କରିବାରୁ ତାକୁ ଚାକିରିରୁ ବରଖାସ୍ତ କରାଯାଇଥିଲା। ଏଥିରେ କ୍ରୋଧିତ ହୋଇ ସେ ସୋସାଇଟିର ପାର୍କିଂ ସ୍ଥାନରେ ଥିବା ଗାଡିଗୁଡିକ ଉପରେ ଏସିଡ୍ ଢାଳିଥିଲା।