ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ବାରାଣସୀ ଗସ୍ତରେ ଯାଇ ବିଶ୍ବର ବୃହତ୍ତମ ଧ୍ୟାନ କେନ୍ଦ୍ର ‘ସ୍ବରଦେବ ମହାମନ୍ଦିର’ର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୋଦୀ ସେବାପୁରୀରେ ପହଞ୍ଚି ମହିଳାମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାଙ୍କ ସହିତ ଆଲୋଚନା ସମୟରେ ମୋଦୀ ଜଣେ ମହିଳାଙ୍କ ପ୍ରଶଂସା କରି ତାଙ୍କୁ ନିର୍ବାଚନ ଲଢ଼ିବାକୁ ପରାମର୍ଶ ଦେଇଥିଲେ। ଏହି ମହିଳାଙ୍କ ନ‌ାମ ଚନ୍ଦାଦେବୀ ବୋଲି ଜଣାପଡ଼ିଛି। ଚନ୍ଦାଦେବୀ କାର୍ଯ୍ୟକ୍ରମରେ ଭାଷଣ ଦେଉଥିଲେ।

Advertisment

ଏହି ସମୟରେ ମୋଦୀ ତାଙ୍କ ଭାଷଣର ପ୍ରଶଂସା କରି କହିଥିଲେ, ‘ଆପଣ ଭଲ ଭାଷଣ ଦେଉଛନ୍ତି। ନିର୍ବାଚନ ଲଢ଼ିବେ କି, ନିର୍ବାଚନ ଲଢ଼ିବା ପାଇଁ କେବେ ଚିନ୍ତା କରିଛନ୍ତି କି? ମୋଦୀଙ୍କ ଏହି ପ୍ରଶ୍ନର ଉତ୍ତର ଦେଇ ଚନ୍ଦାଦେବୀ କହିଥିଲେ,‘ମୁଁ କେବେ ନିର୍ବାଚନ ଲଢ଼ିବା କଥା ଚିନ୍ତା କରିନାହିଁ। ଯାହାବି ଶିଖିଛି ଆପଣଙ୍କ ଠାରୁ ଶିଖିଛି। ମୋର ଭାଗ୍ୟ କି ମୁଁ ଆପଣଙ୍କ ସାମ୍ନାରେ ଛିଡ଼ା ହୋଇଛି ଆଉ କିଛି କହି ପାରୁଛି। ଏହା ମୋ ପାଇଁ ଗର୍ବର କଥା।’