ସଙ୍ଗରୁର: ଋଣଛାଡ଼ ସତ୍ତ୍ବେ ଚାଷୀ ଆତ୍ମହତ୍ୟା କମୁନି I କଂଗ୍ରେସ କ୍ଷମତାକୁ ଆସିବା ପରେ ପଞ୍ଜାବରେ ଋଣଛାଡ଼ କରାଯିବା ପରେ ମଧ୍ୟ ୧୧୯ ଚାଷୀ ଆତ୍ମହତ୍ୟା କରିଥିବା ସରକାରୀ ସୂତ୍ରରୁ ପ୍ରକାଶ। ଜିଲ୍ଲା କୃଷି ବିଭାଗର ତଥ୍ୟ ଅନୁଯାୟୀ ସଙ୍ଗରୁରରେ ୨୦୧୭ଏପ୍ରିଲ ଠାରୁ ୨୦୧୮ମାର୍ଚ୍ଚ ମଧ୍ୟରେ ୧୧୯ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି I ଉକ୍ତ ସରକାରୀ ସୂଚନା ଅନୁଯାୟୀ ୨୦୧୩ ଏପ୍ରିଲ ଠାରୁ ଏଯାବତ ୬୬୫ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ଏମାନଙ୍କ ମଧ୍ୟରୁ ୧୯୫ ଚାଷୀ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପାଇଥିଲେ। ଅନ୍ୟପକ୍ଷରେ ଭାରତୀୟ କିଷାନ ୟୁନିୟନର ତଥ୍ୟ ଅନୁସାରେ ୨୦୧୭ମାର୍ଚ୍ଚରେ ଅମରିନ୍ଦର୍ ସିଂହ କ୍ଷମତାକୁ ଆସିବା ପରେ ଜିଲ୍ଲାରେ ୧୭୯ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ଭିକେୟୁ କାର୍ଯ୍ୟକର୍ତ୍ତା ସୁଖପାଲ୍ ସିଂହ ମାନକ୍ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ସରକାର ଅମଳରେ ଋଣଭାର ସହିନପାରି ୧୦୩୦ ଜଣ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ଗତ ମାର୍ଚ୍ଚ ମାସରେ ହିଁ ୫୦ଜଣ ଚାଷୀଙ୍କ ଆତ୍ମହତ୍ୟା ଘଟିଛି I କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀଙ୍କ ଋଣ ଛାଡ କରିବାକୁ ଘୋଷଣା କରିଥିଲା। ପ୍ରତିଶ୍ରୁତି ରକ୍ଷାକରି ୨୦୧୮ ଜାନୁଆରୀ ୯ରେ ମୁଖ୍ୟମନ୍ତ୍ରୀ ଅମରୀନ୍ଦର୍ ସିଂହ ଋଣଛାଡ଼ ସ୍କିମ୍ ଘୋଷଣା କରିଥିଲେ।
ଋଣଛାଡ଼ ସତ୍ତ୍ବେ ପଞ୍ଜାବରେ ୧୧୯ ଚାଷୀଙ୍କ ଆତ୍ମହତ୍ୟା
/sambad/media/post_attachments/wp-content/uploads/2019/01/suicide-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)