ମହିଳା ଖାଦ୍ୟ ପରଷୁଥିବା ବେଳେ ପଛପଟୁ ଅଶାଳୀନ ଭାବେ ଛୁଇଁଲେ ଯୁବକ,ତା’ପରର ଦୃଶ୍ୟ ପାଲଟିଲା ଭାଇରାଲ ଭିଡିଓ

ଓ୍ଵାସିଂଟନ୍‌ : ଆଜିକାଲି ମହିଳାମାନଙ୍କ ପ୍ରତି ହେଉଥିବା ଦୁଷ୍କର୍ମ ଏବଂ ଅସଦାଚରଣର ସଂଖ୍ୟା ବଢ଼ିବାରେ ଲାଗିଛି। ଅନେକ ଆଇନ ପ୍ରଣୟନ ହୋଇଥିଲେ ମଧ୍ୟ ଏହାକୁ ରୋକାଯାଇ ପାରିନାହିଁ । କିନ୍ତୁ ଜର୍ଜିଆରେ ଘଟିଥିବା ଘଟଣା ଯଦି ସବୁଠାରେ ଘଟେ ତେବେ ଏହି ସମସ୍ୟା ଅନେକାଂଶରେ କମ ହୋଇଯିବ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି । ଭାଇରାଲ ହୋଇଥିବା ଭିଡ଼ିଓ ଦେଖିବା ପରେ ସମସ୍ତେ ପରିଚାରିକା ଏମେଲିଆ ହୋଲ୍‌ଡ଼େନ୍‌ଙ୍କ ସାହସକୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି । ସୂଚନା ମୁତାବକ, ଏମେଲିଆ ଏକ ରେସ୍ତୋରାଁରେ ପରିଚାରିକା ଭାବେ କାମ କରୁଥିବା ବେଳେ ରେସ୍ତୋରାଁକୁ ଆସିଥିବା ଲୋକମାନଙ୍କୁ ଖାଦ୍ୟ ପରଷୁଥିଲେ । ଏହି ସମୟରେ ଜଣେ ଯୁବକ ଆସି ତାଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରି ଆଗକୁ ଚାଲିବାକୁ ଲାଗିଥିଲେ ।

କିନ୍ତୁ ତାଙ୍କୁ ଜଣା ନଥିଲା ସେ କାହା ସହ ପଙ୍ଗା ନେଇଛନ୍ତି । ତୁରନ୍ତ ଯୁବକଙ୍କ ଅଶାଳୀନ କାମ ବିଷୟରେ ଜାଣି ଏମେଲିଆ ତାଙ୍କୁ ପଛପଟୁ ଟାଣି ଆଣି ତଳେ ପକାଇ ଦେଇଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ହଠାତ୍‌ କିଛି ଜାଣି ପାରି ନଥିବା ବେଳେ ପରେ ପ୍ରକୃତ କଥା ଜାଣି ପାରିଥିଲେ । ସେହି ରେସ୍ତୋରାଁରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଏବେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକେ ଏମେଲିଆଙ୍କ ସାହାସକୁ ପ୍ରଶଂସା କରିଛନ୍ତି ।

ସମ୍ବନ୍ଧିତ ଖବର