ଚତୁର୍ଥୀ ରାତିରେ ଶାରୀରିକ ସଂପର୍କ ରଖିବାକୁ ମନା କଲା ସ୍ତ୍ରୀ, ସ୍ୱାମୀ ସମଲିଙ୍ଗୀ ବୋଲି ଭାବୁଥିବା ବେଳେ କାହାଣୀ ଥିଲା କିଛି ଅଲଗା…

ପାନିପତ: ହରିୟାଣାର ପାନିପତରେ ଘଟିଛି ଆଶ୍ଚର୍ଯ୍ୟ କଲା ଭଳି ଏକ ଘଟଣା । ବିବାହ ପରେ ସ୍ତ୍ରୀ ସ୍ୱାମୀ ସହ ଶାରୀରିକ ସଂପର୍କ ନ ରଖିବାକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଠିଥିବା ବେଳେ ପ୍ରକୃତ କାରଣ କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଚତୁର୍ଥୀ ରାତିରେ ସ୍ତ୍ରୀ ଶାରୀରିକ ସଂପର୍କ ନ ରଖିବାରୁ ଲାଜ କରୁଥିବା ଭାବିଥିଲେ ସ୍ୱାମୀ । କିନ୍ତୁ କିଛି ଦିନ ବିତିବା ପରେ ସ୍ତ୍ରୀକୁ ଅନ୍ୟ କାହା ସହ ଫୋନ୍‌ରେ କଥା ହେଉଥିବାର ଶୁଣି ସ୍ୱାମୀର ସବୁ ଦ୍ୱନ୍ଦ୍ୱ ଦୂର ହୋଇ ଯାଇଥିଲା । ସ୍ତ୍ରୀ ଅନ୍ୟ କାହାକୁ ଭଲ ପାଉଥିବା ବେଳେ ବିବାହ ପୂର୍ବରୁ ଗର୍ଭବତୀ ଥିବାରୁ ଶାରୀରିକ ସଂପର୍କ ରଖୁ ନଥିବା ଜାଣି ପାରିଥିଲେ ସ୍ୱାମୀ । ଯାହା ପରେ ସେ ନିଜ ସ୍ତ୍ରୀ, ତାଙ୍କ ମାତା-ପିତା ଏବଂ ଭଉଣୀ-ଭିଣୋଇଙ୍କ ବିରୋଧରେ ଏତଲା ଦେଇଥିଲେ । ଏତଲା ପାଇ ପୁଲିସ ଏବେ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ବିବାହ ପରେ ନୂଆ ଘରେ ନୂଆ ଲୋକଙ୍କ ସହ ଚଳିବା ପାଇଁ ସମୟ ଲାଗିବ ବୋଲି କହି ଶାରୀରିକ ସଂପର୍କ ରଖିବାକୁ ହରଜୀତ୍‌ଙ୍କୁ ତାଙ୍କ ସ୍ତ୍ରୀ ମନା କରିଥିଲେ । ନିଜ ଘର ଛାଡ଼ିବାର ଦୁଃଖକୁ ଦୂର କରିବା ପାଇଁ ହରଜୀତ୍‌ କୁଲୁ-ମନାଲି ବୁଲିବାର ଯୋଜନା କରିବା ସହ ନିଜ ସ୍ତ୍ରୀଙ୍କୁ ବ୍ୟାଗ୍‌ ପ୍ୟାକ୍‌ କରିବାକୁ କହିଥିଲେ । କିନ୍ତୁ ଦେହ ଖରାପ ଅଛି ବୋଲି କହି ବୁଲିଯିବାକୁ ତାଙ୍କ ସ୍ତ୍ରୀ ସଫା ମନା କରି ଦେଇଥିଲେ । ପରଦିନ ବାରମ୍ବାର ବାନ୍ତି ହେବାରୁ ହରଜୀତ୍‌ ନିଜ ସ୍ତ୍ରୀକୁ ନେଇ ଡ଼ାକ୍ତରୀ ପରୀକ୍ଷା କରାଇଥିଲେ । ଯାହା ପରେ ସେ ଗର୍ଭବତୀ ଥିବା ଜଣା ପଡ଼ିଥିଲା । କିନ୍ତୁ ପରୀକ୍ଷାରେ ବିଶ୍ୱାସ ନ କରି ହରଜୀତ୍‌ ଅଲଟ୍ରାସାଉଣ୍ଡ କରାଇଥିଲେ । ଯାହା ପରେ ତାଙ୍କ ସ୍ତ୍ରୀ ୭ସପ୍ତାହ ୪ଦିନର ଗର୍ଭବତୀ ଥିବା ସ୍ପଷ୍ଟ ହୋଇ ଯାଇଥିଲା ।

oneindia.com

ସବୁ ସତ ସାମ୍ନାକୁ ଆସିବା ପରେ ମୁଁ ଦିଲ୍ଲୀରେ ରହୁଥିବା ଜଣେ ଯୁବକଙ୍କୁ ଭଲ ପାଉଛି ଏବଂ ମୋ ପେଟରେ ଥିବା ପିଲା ତାଙ୍କର ବୋଲି ହର୍‌ଜୀତ୍‌ଙ୍କୁ ତାଙ୍କ ସ୍ତ୍ରୀ ଜଣାଇଥିଲେ । ସବୁ ଜାଣିବା ପରେ ହର୍‌ଜୀତ୍‌ଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ପରେ ସେ ବିବାହ ନାମରେ ଠକେଇର ଶିକାର ହୋଇଥିବା ଅଭିଯୋଗ କରି ନିଜ ସ୍ତ୍ରୀ, ତାଙ୍କ ମାତା-ପିତା ଏବଂ ଭଉଣୀ-ଭିଣୋଇଙ୍କ ବିରୋଧରେ ଏତଲା ଦେଇଥିଲେ । ଏବେ ଏ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର