ମୋଦୀଙ୍କ ସାଧନା ପରେ ବଢିଚାଲିଛି କେଦାରନାଥ ଧ୍ୟାନ ଗୁମ୍ଫାର ଚାହିଦା, ଜୁନ ୩୦ ଯାଏଁ ବୁକିଂ

କେଦାରନାଥ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଧ୍ୟାନ ଗୁମ୍ଫାରେ ପୁରା ରାତି ସାଧନା ପରେ ଏବେ ଏହି ଗୁମ୍ଫାର ଚାହିଦା ବଢିଯାଇଛି | ଦେଶ-ବିଦେଶରେ ମୋଦୀଙ୍କ ଧ୍ୟାନ ଏତେ ଚର୍ଚ୍ଚା ସୃଷ୍ଟି କରିଛି ଯେ ପର୍ଯ୍ୟଟକ ବି ଏହି ଗୁମ୍ଫାକୁ ଦେଖିବାକୁ ଆସୁଛନ୍ତି | ଏମିତିକି କିଛି ପର୍ଯ୍ୟଟକ ଧ୍ୟାନ କରିବାକୁ ଏହି ଗୁମ୍ଫାକୁ ବୁକିଂ ମଧ୍ୟ କରିସାରିଲେଣି | ଗତ ୧୩ ଦିନରେ ୧୫ ଜଣ ଶ୍ରଦ୍ଧାଳୁ ଏହି ଗୁମ୍ଫାରେ ଧ୍ୟାନ କରିଥିବାବେଳେ ୩୦ ଜୁନ ଯାଏଁ ଏହି ଗୁମ୍ଫାର ବୁକିଂ ସରିଯାଇଛି |

photo-jagran.com

ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଏହି ଗୁମ୍ଫାର ବୁକିଂ କରିହେଉଛି | ଏଠାରେ ସୂଚନା ଥାଉ କି ଗରବାଲ ମଣ୍ଡଳ ବିକାଶ ନିଗମ ଏହି ଗୁମ୍ଫା ପାଇଁ ବୁକିଂ କରୁଛି | ସେହିପରି ଗୁମ୍ଫାରେ ଧ୍ୟାନ କରିବାକୁ ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ରଖାଯାଇଛି | ଏହା ଛଡା ଯେଉଁ ଯାତ୍ରୀ ଧ୍ୟାନ କରିବାକୁ ଗୁମ୍ଫା ବୁକିଂ କରିବେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଉଛି |

ସ୍ଥାନୀୟ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ପ୍ରମାଣପତ୍ର ପରେ ହିଁ ଏହି ଗୁମ୍ଫାରେ ଜଣେ ଧ୍ୟାନ କରିପାରିବ | ଏହି ଗୁମ୍ଫାରେ ଗୋଟିଏ ଦିନ ଧ୍ୟାନ କରିବାକୁ ୯୯୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ | ଏହି ଗୁମ୍ଫାରେ ଖଟ, ଶୌଚାଳୟ, ଟେଲିଫୋନ ଭଳିଆ ଆଧୁନିକ ସୁବିଧା ଉପଲବ୍ଧ ଅଛି | ମେ ୧୮ ତାରିଖରେ ମୋଦି କେଦାରନାଥର ଏହି ଗୁମ୍ଫାରେ ୧୭ ଘଣ୍ଟା ଧରି ଧ୍ୟାନ କରିଥିଲେ |

ସମ୍ବନ୍ଧିତ ଖବର