ଭାଜପା ଓ ଏଆଇଡିଏମ୍‌କେ ମଧ୍ୟରେ ନିର୍ବାଚନୀ ମେଣ୍ଟ , ଜାଣନ୍ତୁ କିଏ କେତୋଟି ଆସନରୁ ଲଢ଼ିବ

ଚେନ୍ନାଇ: ଭାରତୀୟ ଜନତା ପାର୍ଟି ଓ ଏଆଇଡିଏମ୍‌କେ ମଧ୍ୟରେ ନିର୍ବାଚନୀ ମେଣ୍ଟ ହେବା ନେଇ ସ୍ପଷ୍ଟ ସୂଚନା ମିଳିଛି। ଉଭୟ ଦଳର ନେତାମାନଙ୍କ ମିଳିତ ବୈଠକ ପରେ ଏହା ଜଣାଯାଇଛି। ତାମିଲନାଡୁରେ ଥିବା ୪୦ ଟି ଲୋକସଭା ଆସନ ମଧ୍ୟରୁ ଏଆଇଡିମ୍‌କେ ୧୫ଟି ଓ ଭାରତୀୟ ଜନତା ପାର୍ଟି ୨୫ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବା ନେଇ ସ୍ଥିର ହୋଇଛି। ସେଥିରେ ପୁଡୁଚେରୀର ନିଜର ଏକ ଲୋକସଭା ଆସନ ମଧ୍ୟ ରହିଛି। ଦୁଇ ଦଳ ଛୋଟ ଛୋଟ ପାର୍ଟିକୁ ମଧ୍ୟ ନିଜର ଅଂଶୀଦାରିରୁ ସିଟ୍‌ ଦେବାକୁ ରାଜି ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଇଡାପଡ୍ଡି କେ.ପଲାନା ସ୍ୱାମୀ ଓ ଉପମୁଖ୍ୟମନ୍ତ୍ରୀ ଓ ପନୀରସେଲଭମ୍‌ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ସହିତ ତିନି ଘଣ୍ଟା ଆଲୋଚନା କରିଛନ୍ତି। ଏହି ଆଲୋଚନାରୁ ସ୍ପଷ୍ଟ ହୋଇଛି ଯେ ଭାଜପା ନିଜ ଭାଗରୁ ୪ଟି ସିଟ୍‌ ପିଏମ୍‌କେ, ତିନିଟି ଡିଏମଡିକେକୁ ଦେବ। ଠିକ୍‌ ସେହିପରି ଏ ଆଇ ଡି ଏମ୍‌କେ ଟିଏମ୍‌ସିର ଜି କେ ବାସନ୍‌,ଏନ ରଙ୍ଗସ୍ୱାମୀ ସ୍ୱାମୀ ଓ ପିଟି କେ କ୍ରୀଷ୍ଣା ସ୍ୱାମୀଙ୍କୁ ଗୋଟିଏ ଲେଖାଏଁ ଆସନ ଛାଡିବ। ଖୁବ୍‌ ଶୀଘ୍ର ଏସଂପର୍କରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର