ନୂଆଦିଲ୍ଲୀ: ଥରିଲା ଇଣ୍ଡୋନେସିଆ । ଭୂକମ୍ପର ଝଟକାରେ ଥରହର ଇଣ୍ଡୋନେସିଆ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୯ ରେକର୍ଡ ହୋଇଥିବା ବେଳେ ଇଣ୍ଡୋନେସିଆର ଦକ୍ଷିଣ ସୁମାତ୍ରାରେ ଏହାର ପ୍ରଭାବ ବହୁ ମାତ୍ରାରେ ଅନୁଭୂତ ହୋଇଛି ।

Advertisment

ସେହିପରି ତାଜାକିସ୍ତାନରେ ବି ଭୂକମ୍ପର ଝଟକା ଲାଗିଛି । ୩.୯ ତୀବ୍ରତା ବିଶିଷ୍ଟ ଏହି ଭୂକମ୍ପ ତାଜାକିସ୍ତାନରେ ଅନୁଭୂତ ହୋଇଥିବା ବେଳେ ଉଭୟ ଇଣ୍ଡନେସିଆ ଏବଂ ତାଜାକିସ୍ତାନରେ କୌଣସି କ୍ଷୟକ୍ଷତି ନେଇ ରିପୋର୍ଟ ଆସିନି ।

nepal
Photograph: (Sambad.in)

 

ଆଜି ସକାଳେ ମଧ୍ୟ ଭୂକମ୍ପରେ ଥରିଥିଲା ନେପାଳ । ଅଧରାତିରେ ନେପାଳକୁ ଲାଗିଛି ଭୂକମ୍ପ ଝଟକା । ରାତି ୧ଟା ୩୩ ମିନିଟରେ ଥରିଛି ନେପାଳ । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଦ୍ବାରା ଭୂକମ୍ପ ନେଇ ସୂଚନା ଦିଆଯାଇଛି ।

ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତି ନେଇ ଏଯାଏଁ କିଛି ଖବର ଆସିନି । ସେପଟେ ଦୁଇ ଦିନ ତଳେ ଅର୍ଥାତ ୨୦ ତାରିଖରେ ବି ନେପାଳରେ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ କରାଯାଇଥିଲା । ପୂର୍ବରୁ ମେ ୧୪ରେ ୪.୬ ତୀବ୍ରତାରେ ଭୂକମ୍ପରେ ଥରିଥିଲା ନେପାଳ । ମେ ମାସରେ ତିନି ତିନିଟି ଭମିକମ୍ପରେ ଭୟଭୀତ ଲୋକେ ।

ଗତକାଲି ଭୂକମ୍ପରେ ମଧ୍ୟ ଥରିଥିଲା ଗ୍ରୀସ୍ । ସକାଳେ ସକାଳେ ଗ୍ରୀସରେ ବଡ଼ ଧରଣର ଭୂମିକମ୍ପ ହୋଇଥିଲା । ସକାଳ ୮ଟା ୪୯ ମିନିଟରେ ଗ୍ରୀସରେ ଭୂମିକମ୍ପ ହୋଇଥିବା ସୂଚନା ମିଳିଥିଲା ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୬.୦ ରେକର୍ଡ କରାଯାଇଥିବା ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସ୍ପଷ୍ଟ କରିଥିଲା ।