ରାସ୍ତାରେ କୁକୁରକୁ ଏକା ବୁଲୁଥିବା ଦେଖି ଘରେ ଆଣି ରଖିଲେ, କିନ୍ତୁ ମାସକ ପରେ ପାଳୁଥିବା ଜୀବଟି ପ୍ରକୃତରେ କ’ଣ ତାହା ଜାଣି ଆଶ୍ଚର୍ଯ୍ୟ ହୋଇଗଲେ ଯୁବକ

ନୂଆଦିଲ୍ଲୀ: ବେଜିଙ୍ଗରେ ଘଟିଥିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଣେ ଯୁବକ ଯାହାକୁ ମାସେ ପର୍ଯ୍ୟନ୍ତ କୁକୁର ବୋଲି ଭାବି ତାହାର ଲାଳନ ପାଳନ କରୁଥିଲେ ତାହା ପ୍ରକୃତରେ କ’ଣ ବୋଲି ଜାଣି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିବା ବେଳେ ଏହି ଖବରଟି ସମସ୍ତଙ୍କ ମନରେ କୌତୁହଳ ସୃଷ୍ଟି କରିଛି ।

ସୂଚଚା ମୁତାବକ, ଯୁବକ ଜଣଙ୍କ ନିଜ ସାଙ୍ଗ ଘରକୁ ବୁଲି ଯାଇଥିବା ବେଳେ ଘର ବାହାରେ ଏକ ଛୋଟ କୁକୁରକୁ ବୁଲୁଥିବାର ଦେଖିଥିଲେ । ନ ଖାଇ ନ ପିଇ କୁୁକୁରକୁ ବୁଲୁଥିବାର ଦେଖି ଯୁବକ ଜଣଙ୍କ ତାକୁ ନିଜ ଘରକୁ ନେଇ ଆସିଥିଲେ । ମାସେ ପର୍ଯ୍ୟନ୍ତ ତାଙ୍କୁ ଠିିକ୍‌ ଭାବରେ ଖାଇବାକୁ ଦେଇ ତାହାର ଯତ୍ନ ନେଇଥିଲେ । ମାସକ ମଧ୍ୟରେ ସେ ଆଣିଥିବା କୁକୁରଟି ବଢ଼ିବାକୁ ଲାଗିଥିଲା । କିନ୍ତୁ ସେ ଆଣିଥିବା କୁକୁରଟି କୁକୁର ଭାବରେ ବଢ଼ି ନଥିଲା । ତା’ ଶରୀରର ବିକାଶ ଦେଖି ଯୁବକଙ୍କୁ ସନ୍ଦେହ ହେବାରୁ ସେ ଉକ୍ତ ଜୀବର ଫଟୋ ସୋସିଆଲ ମିଡ଼ିଆରେ ଛାଡ଼ି ଜୀବଟିର ନାଁ କ’ଣ ବୋଲି ପଚାରିଥିଲେ ।

Unilad

ଫଟୋ ଛାଡ଼ିବାର କିଛି ସମୟ ପରେ ତାଙ୍କୁ ତାଙ୍କ ପ୍ରଶ୍ନର ଉତ୍ତର ମିଳି ଯାଇଥିଲା । ଅସଲରେ ସେ ଯାହାକୁ କୁକୁର ବୋଲି ଭାବୁଥିଲେ ତାହା ପ୍ରକୃତରେ ବାଉଁଶ ମୂଷା (ବାମ୍ବୋ ର‍୍ୟାଟ୍‌) ଥିଲା । ଏହି ପ୍ରକାର ପ୍ରଜାତିର ମୂଷା ବିଶେଷ କରି ଚୀନ୍‌ରେ ଦେଖା ଯାଉଥିବା ବେଳେ ଏମାନେ ବଞ୍ଚିବା ପାଇଁ ବାଉଁଶ ଖାଇଥାନ୍ତି । ସବୁ ସତ ସାମ୍ନାକୁ ଆସିବା ପରେ ଯୁବକ ଜଣଙ୍କ ଏବେ ଏହି ମୂଷାକୁ ବିକ୍ରି କରିବାର ଯୋଜନା କରୁଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର