ନୂଆଦିଲ୍ଲୀ: ପାକିସ୍ତାନ ଗୁପ୍ତଚର ଜ୍ୟୋତି ମଲହୋତ୍ରାଙ୍କୁ ନେଇ ପୁଣି ଆସିଲା ଆଉ ଏକ ଚାଞ୍ଚଲ୍ୟକର ଖବର । ପାକିସ୍ତାନ, ଚାଇନା ପରେ ବାଂଲାଦେଶ ବୁଲିଯାଇଥାନ୍ତେ ପାକ୍ ଗୁପ୍ତଚର ତଥା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା । ଦୁଇ ଶତ୍ରୁ ଦେଶ ବୁଲି ସାରିବା ପରେ ଆଗାମୀ ଦିନରେ ବାଂଲାଦେଶ ବୁଲିଯିବାର ଯୋଜନା ଥିଲା । ଏନେଇ ଏନଆଇଏ ହାତରେ ଲାଗିଛି ବାଂଲାଦେଶ ଗସ୍ତ କରିବାକୁ ଭିସା ଆବେଦନର ଫର୍ମ । ଯାହା ସ୍ପଷ୍ଟ କହୁଛି କି ଜ୍ୟୋତି ମଲହୋତ୍ରା ପାକିସ୍ତାନ, ଚାଇନା ପରେ ବାଂଲାଦେଶ ବୁଲିଯାଇଥାନ୍ତେ । ହେଲେ ତା ଆଗରୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଗିରଫ ହୋଇଗଲେ ।
ଭାରତର ଶତ୍ରୁ ଦେଶ ପାକିସ୍ତାନ ସହ ଭାରତର ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଏବଂ ପାକିସ୍ତାନର ବଡ଼ ବଡ଼ ଏଜେଣ୍ଟଙ୍କ ସହ ଲିଙ୍କ୍ ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ପାକିସ୍ତାନ ଟଙ୍କାରେ ଜ୍ୟୋତି ଖାଲି ପାକିସ୍ତାନ ଯାଉନଥିଲେ ବରଂ ଚାଇନା ବି ବୁଲି ଯାଇଛନ୍ତି । ଆଉ ପାକିସ୍ତାନ, ଚାଇନା ପରେ ବାଂଲାଦେଶ ବୁଲିଯାଇଥାନ୍ତେ ଜ୍ୟୋତି । ଯାହାର ଖୁଲାସା ହୋଇଛି । ପାକିସ୍ତାନ, ଚାଇନା ପରି ବାଂଲାଦେଶକୁ ମଧ୍ୟ କିଛି ତଥ୍ୟ ଦେଇଥାନ୍ତେ ବା ସେଠାରେ ଟ୍ରେନିଂ ନେବାକୁ ଯାଇଥାନ୍ତେ ବୋଲି ଅନୁମାନ କରି ହେଉଛି ।
ଇତିମଧ୍ୟରେ ଜ୍ୟୋତିଙ୍କ ଡାଏରୀ ପୋଲିସ ହାତରେ ଲାଗିଥିବା ବେଳେ ସେଥିରୁ ପାକିସ୍ତାନ ଲିଙ୍କ୍ ନେଇ ବଡ଼ ଗୁମର ଫିଟିପାରେ ବୋଲି ଅନୁମାନ କରାଯାଉଥିବା ବେଳେ ଜ୍ୟୋତି କୋଡ୍ ଓ୍ବାର୍ଡରେ କିଛି ଲେଖିଥିବା ଅନୁମାନ କରୁଛି ପୋଲିସ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/05/20/s0U4YCepdEhpAEV3Y08p.jpg)