ପାକିସ୍ତାନ ପରେ ମିଅାଁମାର୍‌କୁ ଆର୍ଥିକ କରିଡୋର୍‌ ନିର୍ମାଣ କରିବାକୁ ଚେଷ୍ଟା ଚଳାଇଛି ଚୀନ୍‌

ବେଜିଙ୍ଗ୍‌: ବିବାଦୀୟ ଚୀନ୍‌-ପାକିସ୍ତାନ ଆର୍ଥିକ କରିଡୋର୍‌ ଆଧାରରେ ଚୀନ୍‌-ମିଅାଁମାର୍‌ ଆର୍ଥିକ କରିଡୋର୍‌ ସ୍ଥାପନା ପାଇଁ ଚୀନ୍‌ ଓ ମିଅାଁମାର ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହେବା ଉପରେ ବୋଲି ଜଣାପଡ଼ିଛି। ଏହି ପ୍ରକଳ୍ପ ଆରମ୍ଭ ହେବା ପରେ ମିଅାଁମାର୍‌କୁ ବିପୁଳ ପରିମାଣରେ ଚୀନ୍‌ରୁ ପାଣ୍ଠିର ସ୍ରୋତ ଛୁଟିବ। ଏହା ଫଳରେ ମିଅାଁମାର ଉପରେ ଭାରତର ପ୍ରଭାବ ଦୁର୍ବଳ ହୋଇଯିବ ବୋଲି ଆଶଙ୍କା କରାଯାଉଛି।

ବରିଷ୍ଠ ମିଅାଁମାର୍‌ ଅଧିକାରୀ ୟୁ ଅଙ୍ଗ୍‌ ନାଇଙ୍ଗ୍‌ ବୁଧବାର ଦିନ କହିଛନ୍ତି ଯେ କରିଡର୍‌ ନିର୍ମାଣ ପାଇଁ ଦୁଇ ଦେଶ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିବେ।

ଦୁଇ ଦେଶର ସରକାର ଏହି ପ୍ରକଳ୍ପ ନିମନ୍ତେ ଖୁବ୍‌ ଆଗ୍ରହୀ ଥିଲେ ମଧ୍ୟ ଏହାର ଅଗ୍ରଗତିକୁ ବାଧା ଦେବା ପାଇଁ କେତେକ ଚାଲେଞ୍ଜ୍‌ ଦେଖାଦେଇ ପାରେ। ମିଅାଁମାର୍‌ର କିଛି ଅଞ୍ଚଳରେ ଚୀନ୍‌ ବିରୋଧୀ ତତ୍ତ୍ୱ ଅଛନ୍ତି। ମିଅାଁମାର୍‌ ଋଣ ଯନ୍ତାରେ ପଡ଼ିଯିବାର ସମ୍ଭାବନା ଥିବାରୁ ପୂର୍ବରୁ ସେମାନେ ଚୀନ୍‌ର ଆର୍ଥିକ ସହାୟତାରେ ନିର୍ମାଣ କରିବାକୁ ଥିବା ଜଳ ଭଣ୍ଡାର ପ୍ରକଳ୍ପ ନାମଞ୍ଜୁର କରିଥିଲେ।

ଯଦି ପ୍ରସ୍ତାବିତ କରିଡୋର୍‌ ନିର୍ମାଣ ହୁଏ ତେବେ ଏହା ଚୀନ୍‌ ପ୍ରଦେଶ ୟୁନ୍ନାନ୍‌ ସହ ମିଅାଁମାର୍‌ର ତିନି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ କେନ୍ଦ୍ର ମଣ୍ଡଲ୍ୟ, ୟାଙ୍ଗୋ ନିଉ ସିଟି ଏବଂ କ୍ୟାୟୁଫ୍ୟୁ ସ୍ପେସାଲ୍‌ ଇକୋନମିକ୍‌ ଜୋନ୍‌କୁ ସଂଯୋଗ କରିବ। ମିଅାଁମାରର ଅସ୍ଥିର ରାଜ୍ୟ ରାଖିନି ସହ ମଧ୍ୟ ୟାଙ୍ଗୁନ୍‌ର ଯୋଗସୂତ୍ର ସ୍ଥାପନ କରାଇବାରେ ଏହି କରିଡୋର୍‌ ସହାୟକ ହେବ।

ସମ୍ବନ୍ଧିତ ଖବର