ମୋରେନା: ମଧ୍ୟପ୍ରଦେଶରେ ଆଜି ୨୬ ହଜାର ଲୋକଙ୍କୁ କ୍ବାରାଣ୍ଟିନ୍ରେ ରହିବାକୁ କୁହାଯାଇଛି। ମୋରେନା ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ମା’ଙ୍କ ପରରୋକ ପରେ ସେ ଦୁବାଇରୁ ଫେରିଥିଲେ। ମା’ଙ୍କ ଏକାଦଶାହରେ ସେ ପ୍ରାୟ ୨,୦୦୦ ଲୋକଙ୍କ ପାଇଁ ଭୋଜି ଦେଇଥିଲେ। ତେବେ ଏହି ବ୍ୟକ୍ତିଙ୍କ ସମେତ ତାଙ୍କ ପରିବାରର ୧୦ ଜଣ ସଦସ୍ୟ କରୋନା ସଂକ୍ରମିତ ହେବାପରେ ପୁଲିସ ଭୋଜିରେ ଯୋଗ ଦେଇଥିବା ସମସ୍ତ ସଦସ୍ୟଙ୍କୁ ଖୋଜିବାପାଇଁ ଜୋରଦାର ପ୍ରକ୍ରିୟା ଆରମ୍ଭ କରିଛି। ତେବେ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଏହି ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କ ସଂସ୍ପର୍ଶରେ ଆସିଥିବା ୨୬,୦୦୦ ଲୋକଙ୍କୁ ହୋମ୍ କ୍ବାରାଣ୍ଟିନ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ମାର୍ଚ୍ଚ ୧୭ରେ ଦୁବାଇରୁ ଫେରିଥିଲେ। ୨୦ ତାରିଖରେ ସେ ଭୋଜି କରିଥିଲେ। ୨୭ ତାରିଖରେ ଏହି ବ୍ୟକ୍ତି ଏବଂ ତାଙ୍କ ପତ୍ନୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ୍ ହେବାପରେ ସେମାନେ ହସ୍ପିଟାଲ୍ ଆସିଥିଲେ। ଏପ୍ରିଲ ୩ ତାରିଖରେ ପୁଣି ୧୦ ଜଣ ଭାଇରସ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।