‘ମଡର୍ଣ୍ଣା’ କୋଭିଡ୍‌-୧୯ ଟିକାର ଜରୁରୀକାଳୀନ ବ୍ୟବହାର ନିମନ୍ତେ ଆମେରିକାର ଅନୁମୋଦନ

ନୂଆଦିଲ୍ଲୀ: ‘ମଡର୍ଣ୍ଣା’ ପ୍ରସ୍ତୁତ କରୋନାଭାଇରସ୍‌ ଟିକାର ଜରୁରୀକାଳୀନ ବ୍ୟବହାର କରିବାକୁ ଯୁକ୍ତରାଷ୍ଟ୍ର ଆମେରିକାର ‘ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ର ପରାମର୍ଶଦାତା କମିଟି ଅନୁମୋଦନ କରିଛି। ଫଳରେ, କରୋନାଭାଇରସ୍‌ ବିପକ୍ଷରେ ଏହି ଟିକା ‘ଫାଇଜର୍‌’ ଟିକାର ବିକଳ୍ପ ହୋଇପାରିଛି।

ଅନୁପସ୍ଥିତ ଥିବା ଜଣେ ସଦସ୍ୟଙ୍କୁ ଛାଡ଼ି ପରାମର୍ଶଦାତା କମିଟିର ବାକି ୨୦ଜଣ ସଦସ୍ୟ ‘ମଡର୍ଣ୍ଣା’ ପ୍ରସ୍ତୁତ ଟିକା ସପକ୍ଷରେ ମତଦାନ କରିଥିଲେ।
୧୮ ବର୍ଷ ଏବଂ ତହିଁରୁ ଊର୍ଦ୍ଧ୍ୱ ବୟସ ବର୍ଗଙ୍କ କ୍ଷେତ୍ରରେ ‘ମଡର୍ଣ୍ଣା ଟିକା’ର ବିଶେଷ ବିପଦର କାରଣ ହୋଇ ନ ଥିବାରୁ କମିଟିର ସମସ୍ତ ସଦସ୍ୟ ତା’ ସପକ୍ଷରେ ଭୋଟ୍‌ ଦେଇଛନ୍ତି।

Image Courtesy of Financial Times

କୋଭିଡ୍‌-୧୯ ରୋଗୀଙ୍କର ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟସେବା କର୍ମୀ, ସଂକ୍ରମଣର ସମ୍ଭାବନା ଥିବା ବ୍ୟକ୍ତିବିଶେଷ ଏବଂ ନର୍ସିଙ୍ଗ୍‌ ହୋମ୍‌ କର୍ମଚାରୀମାନଙ୍କୁ ପ୍ରଥମେ ଏହି ଟିକା ଦିଆଯିବ।

ଶୁକ୍ରବାର ସୁଦ୍ଧା ‘ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ ‘ମଡର୍ଣ୍ଣା ଟିକା’ର ଜରୁରୀ ବ୍ୟବହାର ନିମନ୍ତେ କ୍ଷମତା ପ୍ରଦାନ କରିବ ବୋଲି ଆଶା କରାଯାଉଛି।

୧୦୦ ନିୟୁତ ଡୋଜ୍‌ ଟିକା କିଣିବା ନିମନ୍ତେ ଅଗଷ୍ଟ ମାସରେ ଯୁକ୍ତରାଷ୍ଟ୍ର ଆମେରିକା ‘ମଡର୍ଣ୍ଣା’ ୧.୫ ବିଲିୟନ୍‌ ଡଲାର୍‌ ରାଜିନାମା ସ୍ୱାକ୍ଷର କରିଥିଲା।

ସମ୍ବନ୍ଧିତ ଖବର