୨୫,୦୦୦ କୋଟି ଋଣ ନେଇଥିବା ଭିଡିଓକନ୍‌ର ଅଧ୍ୟକ୍ଷ ଦେଶ ଛାଡ଼ି ନାହାନ୍ତି, ବଡ଼ ଋଣ ଖିଲାପକାରୀଙ୍କ ଉପରେ କଡା ନଜର

ନୂଆଦିଲ୍ଲୀ : କିଛି ଦିନ ତଳେ ହୀରା ବ୍ୟବସାୟୀ ନୀରବ ମୋଦି ପିଏନ୍‌ବିରୁ ୧୨,୬୦୦କୋଟି ଟଙ୍କା ଋଣ ନେଇ ଦେଶ ବାହାରକୁ ଚାଲି ଯିବା ଘଟଣା ସାମ୍ନାକୁ ଆସିଥିଲା । ପୁଣି ଜଣେ ଧନୀ ବ୍ୟବସାୟୀ ଠକେଇ କରି ବାହାରକୁ ଚାଲି ଯାଇଥିବା ଖବର ମିଳିବା ପରେ ସରକାର ସତର୍କ ହେବା ସହ ଋଣ ଖିଲାପକାରୀଙ୍କ ଉପରେ ନଜର ରଖିବାକୁ ଆଦେଶ ଦେଇଛନ୍ତି ।
ଗୁରୁବାର ଭିଡ଼ିଓକନର ଅଧ୍ୟକ୍ଷ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ବେଣୁ ଗୋପାଲ ଧୁତ୍‌ ଦେଶବାହାରକୁ ଚାଲି ଯାଇଛନ୍ତି ବୋଲି ଏକ ହ୍ଵାଟ୍‌ସଆପ ମେସେଜ ଆସିବା ପରେ ସେ କେଉଁ ଠାରେ ଲୁଚି ବସିଛନ୍ତି ସେ ବିଷୟରେ ଜାଣିବା ପାଇଁ ତଦନ୍ତ ଆରମ୍ଭ କରା ଯାଇଥିଲା । କିନ୍ତୁ ତଦନ୍ତର କିଛି ସମୟ ପରେ ଧୁତ୍‌ ଦେଶରେ ଅଛନ୍ତି ବୋଲି ଜଣା ପଡ଼ିଥିଲା । “ମୁଁ ୩ବର୍ଷ ହେଲା ଦେଶ ବାହାରକୁ ଯାଇ ନାହଁ କି ଠକେଇ କରି ଦେଶ ବାହାରକୁ ମଧ୍ୟ ଯିବି ନାହିଁ” ବୋଲି ଧୁତ୍‌ ଫୋନ ଯୋଗେ ଜଣାଇଛନ୍ତି । ଅନ୍ୟପକ୍ଷରେ ଭିଡ଼ିଓକନ୍‌ ପ୍ରାୟ ୨୫,୦୦୦କୋଟି ଋଣ କରି ଦ୍ୱିତୀୟ ବଡ଼ ଋଣଗ୍ରହୀତା ବୋଲି ଆର୍‌ବିଆଇ ଜଣାଇଛି । ପିଏନ୍‌ବି ଠକେଇ ପରେ ରବିବାର ଗୁଇନ୍ଦା ଏଜେନି୍ସମାନେ ଏକ ବୈଠକ ଡ଼କାଇ ସବୁ ଋଣ ନେଇଥିବା କମ୍ପାନିମାନଙ୍କର ଖୋଜ ଖବର ନେବା ସହ ସେମାନଙ୍କର ମୁଖ୍ୟ କେଉଁଠି ଅଛନ୍ତି ତାହାର ପତ୍ତା ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଧୁତ୍‌ ଦେଶ ଛାଡ଼ି ବାହାରକୁ ଚାଲି ଯାଇଛନ୍ତି ବୋଲି ଖବର ପ୍ରସାର ହୋଇଥିଲା ଯାହା ଏବେ ମିଛ ବୋଲି ଜଣା ପଡ଼ିଛି ।

Business Today

୨୦୧୪ ନିର୍ବାଚନ ପରେ ଦେଶରେ କୌଣସି ଦୁର୍ନୀତି ହୋଇ ନାହିଁ ବୋଲି କହୁଥିବା ମୋଦି ସରକାର ପିଏନ୍‌ବି ଠକେଇକୁ ନେଇ ଅଧିକ ଚାପଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ପିଏନ୍‌ବି ଠକେଇ ପରେ ସରକାର ଅଧିକ ସତର୍କ ହେବା ସହ ଋଣ ନେଇଥିବା କମ୍ପାନି ଉପରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର