ଅହମ୍ମଦାବାଦ: ପୁଲଓ୍ଵାମାରେ ଆତଙ୍କବାଦୀ ହାମ୍ଲା କରି ୪୦ ସିଆରପିଏଫ୍ ଯବାନଙ୍କୁ ଶହୀଦ କଲାପରେ ଏବେ ନଜର ପକାଇଛନ୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଉପରେ। ଏବେ ନିକଟରେ ଗୁଜୁରାଟରେ ନିର୍ମିତ ହୋଇଥିବା ଦେଶର ପ୍ରଥମ ଗୃହମନ୍ତ୍ରୀ ତଥା ଉପ-ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଉପରେ ଆକ୍ରମଣ କର ଏହାକୁ ଧ୍ୱସଂ କରିବାର ଯୋଜନାରେ ଅଛନ୍ତି ଆତଙ୍କବାଦୀ ସଂଗଠନ। ଏସଂପର୍କିତ ଏକ ଇମେଲ୍ ନଜର ଆସିବା ପରେ ଏବେ ଗୁଜୁରାଟରେ ପୁଲିସ ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରି କରା ଯାଇଛି।
‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ସମେତ ଗୁଜୁରାଟର ଅନେକ ତୀର୍ଥସ୍ଥଳ ଏବଂ ରେଲୱେ ଷ୍ଟେସନ୍ ଉପରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଆତଙ୍କବାଦୀ ସଂଗଠନ ଯୋଜନା ପ୍ରସ୍ତୁତ କରିଥିବା ଏହି ଇମେଲ୍ରୁ ଜାଣିବାକୁ ମିଳିଛି। ଏହି ଇମେଲ୍ର ଗମ୍ଭୀରତାକୁ ଦେଖି ଅହମ୍ମଦାବାଦ କ୍ରାଇମ୍ ବ୍ରାଞ୍ଚ ଏବଂ ଏଟିଏସ୍କୁ ଇମେଲ୍ର ସତ୍ୟତା ଯାଞ୍ଚ୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
/sambad/media/post_attachments/wp-content/uploads/2019/02/A2-300x225.jpeg)
ଉଲ୍ଲେଖଯୋଗ୍ୟ, ଦେଶର ପ୍ରଥମ ଗୃହମନ୍ତ୍ରୀ ତଥା ଉପ-ପ୍ରଧାନମନ୍ତ୍ରୀ (ଲୌହପୁରୁଷ) ଭାବେ ପରିଚିତି ହାସଲ କରିଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଏହି ପ୍ରତିମୂର୍ତ୍ତିର ନାଁ ରହିଛି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’। ଗୁଜୁରାଟର ନର୍ମଦା ଜିଲ୍ଲା ସର୍ଦ୍ଦାର ସରୋବର ବନ୍ଧରେ ନିର୍ମିତ ହୋଇଥିବା ୧୮୨ ମିଟର ଉଚ୍ଚତା ବିଶିଷ୍ଟ ଦୁନିଆର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ହେଉଛି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’। ଏହା ବର୍ତ୍ତମାନ ଦେଶର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ ଭାବେ ବିବେଚିତ ହେବା ସହ ଗୁଜୁରାଟ ସରକାର ଏଥିରୁ ପ୍ରବଳ ରାଜସ୍ୱ ପାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/A1-1.jpg)