ରାୟପୁର: କେନ୍ଦ୍ର ଦ୍ୱାରା ପ୍ରଣୟନ ହୋଇଥିବା ତିନିଟି କୃଷି ଆଇନ ପୁଞ୍ଜିପତିମାନଙ୍କୁ ଲାଭ ଦେବା ଏବଂ ଚାଷୀଙ୍କୁ ଲୁଟିବା ଉଦ୍ଦେଶ୍ୟରେ ପ୍ରଣୟନ କରାଯାଇଛି ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଗେଲ ଅଭିଯୋଗ କରି କହିଛନ୍ତି । ଏଥିସହ ସେ କହିଛନ୍ତି, ପଞ୍ଜାବ ଏବଂ ରାଜସ୍ଥାନର କଂଗ୍ରେସ ସରକାରଙ୍କ ପଦାଙ୍କ ଅନୁସରଣ କରି କେନ୍ଦ୍ରର କୃଷି ବିଲକୁ ବିରୋଧ କରି ତା’ ସ୍ଥାନରେ ଛତିଶଗଡ଼ ମଧ୍ୟ ନୂତନ କୃଷି ବିଲ୍ ଆଣିବ।
ଏ ପ୍ରସଙ୍ଗରେ ମତ ରଖି ସେ କହିଛନ୍ତି କୃଷକଙ୍କ ସ୍ୱାର୍ଥ ରକ୍ଷା ପାଇଁ ପଞ୍ଜାବ ବିଧାନସଭା ନୂତନ କୃଷି ବିଲ୍ ପାସ୍ କରିଛି। ଏହାକୁ ଦୃଷ୍ଟିରେ ରଖି ଛତିଶଗଡ଼ ଏବଂ ରାଜସ୍ଥାନରେ ମଧ୍ୟ କଂଗ୍ରେସ ସରକାର ନୂତନ ବିଲ ଆଣିବାକୁ ଯାଉଛନ୍ତି।
ମୁଖ୍ୟମନ୍ତ୍ରୀ ବାଗେଲ୍ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ଦ୍ୱାରା ପ୍ରଣୀତ ତିନିଟି କୃଷି ବିଲ୍ ପୁଞ୍ଜିିପତିମାନଙ୍କୁ ଉପକୃତ କରିବା ଏବଂ କୃଷକମାନଙ୍କୁ ଲୁଟ୍ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ପ୍ରଣୟନ କରିଛନ୍ତି। କେନ୍ଦ୍ର ସରକାରଙ୍କର ଏହି ବିଲ୍ ଯୋଗୁଁ କୃଷି ଉତ୍ପାଦନର ବଜାର ମୂଲ୍ୟ ବୃଦ୍ଧି ପାଇବ ହେଲେ ଚାଷୀ ଏହାର ଫାଇଦା ପାଇବ ନାହିଁ। ଏହାର ଏକ ଉଦାହରଣ ହେଉଛି ପିଆଜ। ତିନିମାସ ପୂର୍ବରୁ ପିଆଜ କିଲୋଗ୍ରାମ ପିଛା ୪୦ ଟଙ୍କାରେ ବିକ୍ରି ହେଉଥିଲା ଏବଂ ଏହାର ମୂଲ୍ୟ ପ୍ରାୟ ଦୁଇ ଗୁଣ ବୃଦ୍ଧି ପାଇଛି।
ଉଲ୍ଲେଖଯୋଗ୍ୟ, ଗତ ମାସରେ ସଂସଦର ମୌସୁମୀ ଅଧିବେଶନରେ ସମ୍ପୃକ୍ତ ବିଲ୍ ପାରିତ ହେବା ପରେ ପ୍ରଣୀତ ହୋଇଥିବା ତିନିଟି କୃଷି ଆଇନକୁ ପଞ୍ଜାବ ପ୍ରଥମ ରାଜ୍ୟ ଭାବେ ପ୍ରତ୍ୟାଖ୍ୟାନ କରଥିଲା ଏବଂ ନିଜ ରାଜ୍ୟ ଲାଗି ନୂତନ କୃଷି ବିଲ୍ ବିଧାନସଭାରେ ପାରିତ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/bhupesh-baghel.jpg)