ହାଇଦ୍ରାବାଦ: ପୁଷ୍ପା-୨ ପ୍ରିମିୟର ସୋ’ରେ ଅଘଟଣ ପରେ କଠୋର ହୋଇଛନ୍ତି ତେଲେଙ୍ଗାନା ହାଇକୋର୍ଟ । ସିନେମା ହଲ ଯିବା ନେଇ ପିଲାଙ୍କ ଉପରେ କଟକଣା ଜାରି କରିଛନ୍ତି ଏବଂ ନାବାଳକଙ୍କ ସିନେମା ଦେଖିବାର ସମୟ ମଧ୍ୟ ଧାର୍ୟ୍ୟ କରିଛନ୍ତି । କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ପିଲାମାନେ ଦିନ ୧୧ଟା ପୂର୍ବରୁ ଏବଂ ରାତି ୧୧ଟା ପରେ ହଲକୁ ଯାଇପାରିବେ ନାହିଁ । ସମସ୍ତ ସିନେମା ହଲ କର୍ତ୍ତୃପକ୍ଷ ଏସବୁ ନିୟମ ମାନିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ।
/sambad/media/media_files/2025/02/02/vywU6K4t5WikR7UG6GjT.jpg)
ତେବେ ଡିସେମ୍ବର ୪, ୨୦୨୪ ଦିନ ବିଗ୍ ବଜେଟ୍ ସିନେମା ପୁଷ୍ପା-୨ର ପ୍ରିମିୟର ସୋ’ରେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଦେଖିବାକୁ ମଧ୍ୟ ପ୍ରଶଂସକଙ୍କ ଭିଡ ଲାଗିଥିଲା । ଆଉ ପୁଷ୍ପା-୨ ଚଳଚ୍ଚିତ୍ରର ପ୍ରଥମ ସ୍କ୍ରିନିଂ ସମୟରେ ଅଲ୍ଲୁ ଅର୍ଜୁନଙ୍କ ଉପସ୍ଥିତିରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳଚକଟା ହୋଇଥିଲା । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ନାବାଳକ ପୁଅ ଗୁରୁତର ହୋଇଥିଲା । ପରେ ଏହି ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯାଇଥିଲା ଏବଂ ତାଙ୍କୁ ଜାମିନ ମିଳିଥିଲା । ଗହଳି ସମୟରେ ସିନେମା ଦେଖିବାକୁ ପିଲାମାନେ ଆସୁଥିବାରୁ ଏମିତି ଅଘଟଣ ଘଟୁଛି ତେଣୁ ପିଲାଙ୍କ ସିନେମା ହଲ ଆସିବା ଉପରେ କଟକଣା ଜାରି କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/02/02/yCKC2dByc1VQ3Ni2PZCd.jpg)