ପଂଜାବ ସଙ୍କଟ ସମାଧାନ ପରେ ସିମ୍‌ଲା ଗଲେ ସୋନିଆ

ନୂଆଦିଲ୍ଲୀ : ପଂଜାବରେ ରାଜନୈତିକ ସଙ୍କଟର ସମାଧାନ ପରେ କଂଗ୍ରେସ ଅନ୍ତରୀଣ ସଭାପତି ‌ସୋନିଆ ଗାନ୍ଧି ଏବେ ହିମାଚଳ ପ୍ରଦେଶର ରାଜଧାନୀ ସିମ୍‌ଲା ଯାଇଛନ୍ତି। ସେ ଆଜି ଦିଲ୍ଲୀରୁ ବିମାନ ଯୋଗେ ଚଣ୍ଡିଗଡ଼ ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରୁ ସେ ସିମ୍‌ଲା ଯାଇଛନ୍ତି। ଶୈଳ ନିବାସ ସିମ୍‌ଲାରେ ଝିଅ ପ୍ରିୟଙ୍କାଙ୍କର ଏକ କଟେଜ୍‌ ରହିଛି। ସେଠାରେ ସେ ରହିବେ। ସୋନିଆ ସେଠାରେ ୨ରୁ ୩ ଦିନ ରହିବେ ବୋଲି କୁହାଯାଉଛି। ‌ଏଠାରେ ସେ ଛୁଟି କଟାଇବେ। ସିମ୍‌ଲା ରହଣୀ ସମୟରେ ସେ କୌଣସି ଦଳୀୟ ନେତା ଓ କର୍ମକର୍ତ୍ତାଙ୍କୁ ଭେଟିବେ ନାହିଁ। ପ୍ରିୟଙ୍କାଙ୍କ ୫ଟି ଗୃହ ବିଶିଷ୍ଟ କଟେଜ୍‌ ପ୍ରାୟ ୮୦୦୦ ଫୁଟ୍‌ ଉଚ୍ଚରେ ରହିଛି।

ସମ୍ବନ୍ଧିତ ଖବର