ପ୍ରଣବ ମୁର୍ଖାଜୀ ଓ ଭିକେ ସିଂହଙ୍କ ଉପରେ ଗୁଇନ୍ଦାଗିରି କରିବାକୁ ଉପା ସରକାର ଅମଳରେ ନିର୍ଦ୍ଦେଶ ଦେଇଥିଲା କିଏ? ସୋନିଆଙ୍କୁ ପ୍ରଶ୍ନକଲା ବିଜେପି

ନୂଆଦିଲ୍ଲୀ: ହ୍ବାଟସ୍‌ଆପ୍‌ ସ୍ପାଇୱେର ଦ୍ବାରା ଇସ୍ରାଏଲର ଏକ ଗୁଇନ୍ଦା ସଂସ୍ଥା ଦ୍ବାରା ଏନ୍‌ଡିଏ ସରକାର ଦେଶର ସାମ୍ବାଦିକ ଓ ରାଜନେତାମାନଙ୍କର ଫୋନ୍‌କୁ ହ୍ୟାକ୍‌ କରି ଗୁଇନ୍ଦାଗିରି କରୁଥିଲେ ବୋଲି କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀ ଅଭିଯୋଗ କରିବା ପରେ ଏହି ଘଟଣାକୁ କେନ୍ଦ୍ର କରି ବିଜେପି ଓ କଂଗ୍ରେସ ମଧ୍ୟରେ ବିବାଦ ତୀବ୍ର ହୋଇଛି।
କଂଗ୍ରେସ ସଭାନେତ୍ରୀ ସୋନିଆଙ୍କ ଅଭିଯୋଗର ଉତ୍ତର ରଖିବାକୁ ଯାଇ ବିଜେପିର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ସୋନିଆଙ୍କୁ ପାଲଟା ପ୍ରଶ୍ନ ପଚାରିଛନ୍ତି, ଉପା ସରକାର ଅମଳରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରଣବ ମୁଖାର୍ଜୀ ଓ ସେନା ମୁଖ୍ୟ ଭି କେ ସିଂହଙ୍କ ଫୋନ୍‌କୁ ଟ୍ୟାପ୍‌ କରି ଗୁଇନ୍ଦାଗିରି କରିବାକୁ ନିର୍ଦ୍ଦେଶ ଦେଇଥିଲା କିଏ? ଏହାର ଉତ୍ତର ଆଗେ ସୋନିଆ ଗାନ୍ଧୀ ଦିଅନ୍ତୁ। ନହେଲେ ଏହାକୁ ନେଇ ଆମ ପାଖରେ ଯଥେଷ୍ଟ ପ୍ରମାଣ ରହିଛି। ଆବଶ୍ୟକ ପଡ଼ିଲେ ଆମେ ସେ ପ୍ରମାଣକୁ ସର୍ବସାଧାରଣ କରିଦେବୁ ବୋଲି କହିଛନ୍ତି ବିଜେପିର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା।

ସମ୍ବନ୍ଧିତ ଖବର